ଜୁନ୍ ଶେଷ ସପ୍ତାହରେ କାଁ ଭାଁ ବର୍ଷା ! ଆଜି ବି ରାଜ୍ୟରେ ବର୍ଷା ସମ୍ଭାବନା ଖୁବ୍ କ୍ଷୀଣ: ୨୫ ଓ ୨୬ରେ କିଛି କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା Kanak News

କନକ ବ୍ୟୁରୋ: ରାଜ୍ୟରେ ଏବେ ମୌସୁମୀ ବାୟୁ ଦୁର୍ବଳ ଥିବାରୁ ଦୁଇ ଦିନ ହେଲା ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିଛି। ଆଜି ବି ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଖୁବ୍ କ୍ଷୀଣ। ୨୫ ଓ ୨୬ ତାରିଖ ରାଜ୍ୟର କିଛି କିଛି ସ୍ଥାନରେ କାଁ ଭାଁ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଏହାପରେ ପୁଣି ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ। ଅର୍ଥାତ୍ ଜୁନ୍ ଶେଷ ସପ୍ତାହ ରାଜ୍ୟରେ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଲେଣି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ରାଜ୍ୟରେ ବର୍ଷା ହେବ ନାହିଁ। ଏହା ପର ଦୁଇ ଦିନ ଅର୍ଥାତ ୨୫ ଓ ୨୬ ତାରିଖରେ ରାଜ୍ୟର କିଛି କିଛି ଅଞ୍ଚଳରେ ସ୍ବଳ୍ପ ବର୍ଷା ହୋଇପାରେ। ୨୫ ତାରିଖ ଦିନ ନବରଙ୍ଗନୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଦେବଗଡ଼, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୁଳର କିଛି କିଛି ଅଞ୍ଚଳରେ ଓ ୨୬ ତାରିଖ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ନୟାଗଡ଼ ଓ ଖୋର୍ଧାରେ ସ୍ବଳ୍ପ ବର୍ଷା ହୋଇପାରେ। ଏହା ପରେ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ଆଜି ରାଜଧାନୀ ଓ ସଂଲଗ୍ନ ଅଞ୍ଚଳରେ ସ୍ବଳ୍ପ ବର୍ଷା ହୋଇପାରେ।
from Kanak News https://ift.tt/3euLFH1 https://ift.tt/2Z2yHJR
No comments: