ସାନଖେମୁଣ୍ଡି ୨୪।୬: ଗାଁ ଦାଣ୍ଡରେ ପ୍ରବାସୀ ଯୁବକଙ୍କୁ ହତ୍ୟା । ସଂଘବଦ୍ଧ ଭାବେ ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ମଙ୍ଗଳବାର ରାତି ୮ଟା ବେଳେ ଘଟିଛି ହତ୍ୟାକାଣ୍ଡ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଗଂଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ହାତୀଘୋଡା ଗାଁ ଦାଣ୍ଡରେ ଜଣେ ପ୍ରବାସୀ ଯୁବକଙ୍କୁ ହତ୍ୟା କରାଯାଇଛି । କିଛି ଯୁବକ ସଂଘବଦ୍ଧ ଭାବେ ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା କରି ଫେରାର ହୋଇଯାଇଛନ୍ତି । ଏହି ହତ୍ୟାକାଣ୍ଡ ମଙ୍ଗଳବାର ରାତି ୮ଟା ବେଳେ ଘଟିଥିବା ବେଳେ ହତ୍ୟାକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି । ମୃତକ ଜଣଙ୍କ ସେହି ଗ୍ରାମର ଅରୁଣ ଗୌଡ ବୋଲି ଜଣାପଡିଛି ।

ତେବେ ମୃତ ଅରୁଣ ଗତ କିଛି ଦିନ ତଳେ କ୍ଵାରେଣ୍ଟାଇନ ସେଣ୍ଟରରୁ ନିଜ ଗାଁ ଘରକୁ ଫେରିଥିଲେ । ହତ୍ୟା ଘଟଣା ଘଟିବା ପରେ ପୁରା ଗାଁ ପୁରୁଷଶୂନ୍ୟ ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
from Prameya News7 https://ift.tt/3euVRPA
No comments: