ଆଜି ହେରା ପଂଚମୀ: ନନ୍ଦିଘୋଷ ରଥ ଭାଙ୍ଗିବେ ଲକ୍ଷ୍ମୀ ଠାକୁରାଣୀ; ଶ୍ରୀମନ୍ଦିରରେ ଛାଡି ଆସିଥିବାରୁ ମହାପ୍ରଭୁଙ୍କ ଉପରେ ଅଭିମାନ କରିଛନ୍ତି ଶ୍ରୀଦେବୀ Kanak News

କନକ ବ୍ୟୁରୋ: ଆଜି ହେରା ପଂଚମୀ । ନନ୍ଦିଘୋଷ ରଥ ଭାଂଗିବେଲକ୍ଷ୍ମୀ ଠାକୁରାଣୀ । ଲଷ୍ମୀଙ୍କୁ ଛାଡି ଜଗନ୍ନାଥ ମହାପ୍ରଭୁ ଭଉଣୀ ଓ ଭାଇଙ୍କୁ ସାଙ୍ଗରେ ନେଇ ନଅ ଦିନର ଯାତ୍ରା କରିଛନ୍ତି । ତେବେ ତାଙ୍କୁ ସାଙ୍ଗରେ ଆଣି ନଥିବାରୁ ଅଭିମାନରେ ରହିଛନ୍ତି ଲଷ୍ମୀ ଠାକୁରାଣୀ । ତେଣୁ କାଳିଆ ଠାକୁରଙ୍କୁ ଫେରାଇ ନେବାକୁ ଗୁଣ୍ଡିଚା ମନ୍ଦିର ଆସିବେ ଶ୍ରୀଦେବୀ ।

ତେବେ ୯ ଦିନର ଯାତ୍ରା ନସରିଲେ ଶ୍ରୀମନ୍ଦିର ଫେରିବେ ନାହିଁ ବୋଲି ମହାପ୍ରଭୁ କହିବା ପରେ ରାଗି ଯାଆନ୍ତି ଲଷ୍ମୀ ଠାକୁରାଣୀ । ଏବଂ ଫେରିଲା ବେଳେ ମହାପ୍ରଭୁଙ୍କ ରଥ ଭାଂଗି ଦେଇଯାନ୍ତି । ଏହି ପରମ୍ପରାକୁ ହେରା ପଂଚମୀ କୁହାଯାଏ । ଆଜି ଏହି ନୀତି ପାଳିତ ହେବ । ଶ୍ରୀମନ୍ଦିରରୁ ଶ୍ରୀଦେବୀ ଗୁଣ୍ଡିଚା ମନ୍ଦିର ଆସିବେ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଂଟ କରାଯାଇଛି ।



from Kanak News https://ift.tt/2VkLQNC https://ift.tt/2VnoW84
ଆଜି ହେରା ପଂଚମୀ: ନନ୍ଦିଘୋଷ ରଥ ଭାଙ୍ଗିବେ ଲକ୍ଷ୍ମୀ ଠାକୁରାଣୀ; ଶ୍ରୀମନ୍ଦିରରେ ଛାଡି ଆସିଥିବାରୁ ମହାପ୍ରଭୁଙ୍କ ଉପରେ ଅଭିମାନ କରିଛନ୍ତି ଶ୍ରୀଦେବୀ Kanak News ଆଜି ହେରା ପଂଚମୀ: ନନ୍ଦିଘୋଷ ରଥ ଭାଙ୍ଗିବେ ଲକ୍ଷ୍ମୀ ଠାକୁରାଣୀ; ଶ୍ରୀମନ୍ଦିରରେ ଛାଡି ଆସିଥିବାରୁ ମହାପ୍ରଭୁଙ୍କ ଉପରେ ଅଭିମାନ କରିଛନ୍ତି ଶ୍ରୀଦେବୀ Kanak News Reviewed by SUBHENDU BARAL on June 26, 2020 Rating: 5

No comments:

Powered by Blogger.