ପାରିବାରିକ କଳହର କରୁଣ ପରିଣତି: ବିଷ ପିଇ ମାଆ ଓ ଦୁଇ ପୁଅ ମୃତ; ବିଲରୁ ମିଳିଲା ମୃତଦେହ ଓ ବିଷ ବୋତଲ Kanak News

କନକ ବ୍ୟୁରୋ: ବିଷ ପିଇ ମା ଓ ୨ ପୁଅ ମୃତ୍ୟୁ । ବରଗଡ ଜିଲ୍ଲା ଚାରପାଳି ଗାଁରୁ ଆସିଛି ଏହି ଦୁଃଖଦ ଖବର । ସୂଚନା ଅନୁସାରେ ୫୫ ବର୍ଷିୟ ଉତରା ବନଛୋର  ତାଙ୍କ ଦୁଇ ପୁଅ ବଳିଆ ଓ ଜଗା ବନଛୋର ବିଷ ପିଇ ଘର ପାଖ ବିଲରେ ପଡିଥିବା ଲୋକ ଦେଖିଥିଲେ । ସେମାନେ ଗୁରୁତର ଥିବାରୁ ସେମାନଙ୍କୁ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ତାପରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ତିନି ଜଣ ଯାକ କାହିଁକି ବିଷ ପିଇଲେ ଏପର୍ଯ୍ୟନ୍ତ କାରଣ ଜଣାପଡିନାହିଁ । ଅନ୍ୟପକ୍ଷରେ ଘରୋଇ କଳହକୁ ନେଇ ସେମାନେ ବିଷ ପିଇ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି ।

ମିଳିଥିବା ସୂଚନା ଅନୁସାରେ,ସମସ୍ତେ ହସଖୁସିରେ ଚଳୁଥିଲେ। ହେଲେ ଶୁକ୍ରବାର ଅପରାହ୍‌ଣ ୪ଟା ବେଳେ ଗୋପୀନାଥଙ୍କ ଘରୁ ପାଟିତୁଣ୍ଡ ଶୁଭିଥିଲା। କିଛି ସମୟ ପରେ ସବୁ ଥମି ଯାଇଥିଲା।  ସଂଧ୍ୟା ୬ଟା ବେଳେ ଘର ଅନତି ଦୂରରେ ଥିବା ବିଲ ପାଖରେ ଉତ୍ତରା ଏବଂ ଦୁଇ ପୁଅ ଟଳି ପଡ଼ିଥିବା ଗାଁ ଲୋକେ ଦେଖିଥିଲେ। ପାଖରେ ବିଷ ବୋତଲ ପଡ଼ିଥିଲା। ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ପୁଲିସ୍‌ ମଧ୍ୟ ଘଟଣାସ୍ଥଳରେ ପହଂଚିଥିଲା।

‌ହେଲେ, ସେତିକି ବେଳକୁ ବିଳମ୍ବ ହୋଇଯାଇଥିଲା। ଉତ୍ତରା ଏବଂ ପୁଅ ବଳିଆଙ୍କ ଡାକ୍ତର ମୃତ ଘୋଷଣା କରିଥିଲେ। କିଛି ସମୟ ପରେ ଚିକିତ୍ସାଧୀନ ଅବସ୍ଥାରେ ଜଗାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଶବଗୁଡ଼ିକୁ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବାଗାରରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି। ପୁଲିସ୍ ମାମଲାର ଛାନଭିନ୍‌ କରୁଥିଲେ ହେଁ ଆତ୍ମହତ୍ୟାର କାରଣ ଜାଣି ପାରିନାହିଁ। ଅନ୍ୟପକ୍ଷରେ ସଂପର୍କୀୟମାନେ ମଧ୍ୟ କିଛି କହିବାକୁ ନାରାଜ।



from Kanak News https://ift.tt/3g3FY33 https://ift.tt/2VqKmBs
ପାରିବାରିକ କଳହର କରୁଣ ପରିଣତି: ବିଷ ପିଇ ମାଆ ଓ ଦୁଇ ପୁଅ ମୃତ; ବିଲରୁ ମିଳିଲା ମୃତଦେହ ଓ ବିଷ ବୋତଲ Kanak News ପାରିବାରିକ କଳହର କରୁଣ ପରିଣତି: ବିଷ ପିଇ ମାଆ ଓ ଦୁଇ ପୁଅ ମୃତ; ବିଲରୁ ମିଳିଲା ମୃତଦେହ ଓ ବିଷ ବୋତଲ Kanak News Reviewed by SUBHENDU BARAL on June 26, 2020 Rating: 5

No comments:

Powered by Blogger.