କୋଟିଏରେ ପହଞ୍ଚିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଅକ୍ସିଜେନ୍ ଅଭାବ ନେଇ ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ Kanak News

କନକ ବ୍ୟୁରୋ : ବିଶ୍ୱରେ କ୍ରମାଗତ ଭାବେ କରୋନା ସଂକ୍ରମଣ ବଢ଼ିଚାଲିଛି। ଆଉ ଅଳ୍ପ କିଛି ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟିରେ ପହଞ୍ଚିବା ଆଶଙ୍କା କରାଯାଉଛି। ଏଭଳି ପରିସ୍ଥିତିରେ ସମଗ୍ର ବିଶ୍ୱ ଏବେ ଅକ୍ସିଜେନ୍ କନ୍ସେନଟ୍ରେଟର୍ର ଅଭାବ ସାମ୍ନା କରୁଛି । ଅନେକ ଦେଶ ଅକ୍ସିଜେନ୍ କନ୍ସେନଟ୍ରେଟର୍ ପାଇବା ପାଇଁ ଜଟିଳ ସ୍ଥିତିର ସମ୍ମୁଖୀନ ହେଉଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧନମ୍ କହିଛନ୍ତି। ଏଥିପାଇଁ ଆଗାମୀ ଦିନରେ ଅକ୍ସିଜେନ୍ର ଭୟଙ୍କର ଅଭାବ ଦେଖାଦେବ ବୋଲି ‘ହୁ’ ମହାନିର୍ଦ୍ଦେଶକ ସତର୍କ କରାଇ ଦେଇଛନ୍ତି।
ବିଶ୍ୱରେ ପ୍ରତି ସପ୍ତାହରେ କରୋନା ସଂକ୍ରମଣ ମାମଲା ୧୦ ଲକ୍ଷରୁ ଅଧିକ ରହୁଛି। ଏହାଦ୍ବାରା ଅକ୍ସିଜେନ୍ର ଆବଶ୍ୟକତା ବଢ଼ିଯାଇଛି। ପ୍ରତିଦିନ ପ୍ରାୟ ୮୮ ହଜାର ପାଖାପାଖି ସିଲିଣ୍ଡର ଏବଂ ୬ ଲକ୍ଷ ୨୦ ହଜାର କ୍ୟୁବିକ୍ ମିଟର ଅକ୍ସିଜେନ୍ ଆବଶ୍ୟକ ହେଉଛି। ହଠାତ୍ ସଂକ୍ରମଣ ବଢ଼ିଯିବାରୁ ଅକ୍ସିଜେନ୍ କନ୍ସେନଟ୍ରେଟର୍ ଅଭାବ ଦେଖାଦେଇଛି। ତେବେ ‘ହୁ’ ପକ୍ଷରୁ ୧୪ ହଜାର ଅକ୍ସିଜେନ୍ କନ୍ସେନଟ୍ରେଟର କିଣାଯାଇଛି ଏବଂ ଏହାକୁ ଆସନ୍ତା ସପ୍ତାହରେ ୧୨୦ ରାଷ୍ଟ୍ରକୁ ପଠାଇବା ପାଇଁ ଯୋଜନା ରହିଛି ବୋଲି ଟେଡ୍ରସ୍ କହିଛନ୍ତି।
from Kanak News https://ift.tt/2Vlj1Av https://ift.tt/2NrBvuS

No comments: