ଓଲଟି ପଡିଲା ଚୋରା ମାଙ୍କଡା ପଥର ବୋଝେଇ ଟ୍ରକ୍, ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

ଚଣ୍ଡିଖୋଲ ୨୬।୬: ଚୋରା ମାଙ୍କଡା ପଥର ଚାଲାଣ ବେଳେ ଓଲଟି ପଡିଲା ଗାଡି । ଦୁର୍ଘଟଣା ଫଳରେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ବୈରି ଥାନା ଅନ୍ତର୍ଗତ ପଇଦା ଗାଁ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ଟ୍ରକ୍ ତଳେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇଦେବା ଦାବିରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଗାଡି ମାଲିକଙ୍କ ସହ ଚୋରା ଖାଦାନ ଚଳାଉଥିବା ମାଲିକଙ୍କୁ ଗିରଫ ଦାବି କରାଯାଇଛି । ବଡଚଣା ବିଜେପି ପକ୍ଷରୁ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ।



from Prameya News7 https://ift.tt/3dH3HVn
ଓଲଟି ପଡିଲା ଚୋରା ମାଙ୍କଡା ପଥର ବୋଝେଇ ଟ୍ରକ୍, ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ ଓଲଟି ପଡିଲା ଚୋରା ମାଙ୍କଡା ପଥର ବୋଝେଇ ଟ୍ରକ୍, ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ Reviewed by SUBHENDU BARAL on June 25, 2020 Rating: 5

No comments:

Powered by Blogger.