ଅନିଦ୍ଦିଷ୍ଟ କାଳ ପାଇଁ ଦାରିଙ୍ଗିବାଡି ସଟଡାଉନ । ଜଣେ ଶିକ୍ଷକ କରୋନା ପଜିଟିଭ ପରେ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି କଟକଣା ଲଗାଇଲେ ସରପଞ୍ଚ Kanak News

କନକ ବ୍ୟୁରୋ: କନ୍ଧମାଳ ଦାରିଙ୍ଗିବାଡି ଜୋନକୁ ଅନିଦ୍ଦିଷ୍ଟ କାଳ ପାଇଁ ସଟଡାଉନ । ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସରପଂଚ ରାଧାକାନ୍ତ ପ୍ରଧାନ ଦାରିଙ୍ଗିବାଡିକୁ ସଟଡାଉନ କରିଛନ୍ତି । ଡୁଡୁକିବାଡି ଅଂଚଳରୁ ଜଣେ ଶିକ୍ଷକ କରୋନା ଆକ୍ରାନ୍ତ ହେବା ପରେ ସରପଂଚ ଏଭଳି ପଦକ୍ଷେପ ନେଇଛନ୍ତି । ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣକ ବହୁ ଲୋକଙ୍କ ସଂଶସ୍ପର୍ଶରେ ଆସିଥିବାରୁ କରୋନା ସଂକ୍ରମଣ ବଢିବା ଆଶଙ୍କାରେ ପଂଚାୟତକୁ ଅନିଦ୍ଦିଷ୍ଟ କାଳ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଏନେଇ ମାଇକ ଯୋଗେ ସ୍ଥାନୀୟ ଅଂଚଳରେ ପ୍ରଚାର କରାଯାଇଛି । କେବେଳ ମେଡିସିନ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ ।

ସେପଟେ, ଗଞ୍ଜାମରେ ସମସ୍ତ ସରକାରୀ ଅଫିସକୁ ଲୋକଙ୍କ ଯିବାଆସିବା ଉପରେ ପ୍ରତିବନ୍ଧକ ଲଗାଇଛି ଜିଲ୍ଲା ପ୍ରଶାସନ । ୧୦ ଦିନ ପାଇଁ ଏହି କଟକଣା ଜାରି କରାଯାଇଛି ।  ଜିଲ୍ଲାପାଳ ଟ୍ୱଟ କରି ଏହି ସୂଚନା ଦେଇଛନ୍ତି ।  ଗଞ୍ଜାମଜିଲ୍ଲାରେ କିଛି ବରିଷ୍ଠ ସରକାରୀ ଅଧିକାରୀ କରୋନା ଆକ୍ରାନ୍ତ ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ  ନେଇଛି ।  ରାଜ୍ୟର ସର୍ବାଧିକ କରୋନା ଆକ୍ରନ୍ତା ଗଞ୍ଜାମରେ ଚିହ୍ନିଟ ହୋଇଛନ୍ତି । ଜିଲ୍ଲାରେ ବର୍ତମାନ ସୁଦ୍ଧା ୯୫୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮ ଜଣ ପ୍ରାଣ ହରାଇଲେଣି ।  ଆକ୍ରାନ୍ତଙ୍କ ମଧ୍ୟରୁ ୬୮୯ ସୁସ୍ଥ ହୋଇସାରିଛନ୍ତି ।  ଏହାକୁ ଦୃଷ୍ଟିରେ ରଖି  ଜିଲ୍ଲାରେ କଟକଣା ଲାଗୁ କରାଯାଇଛି । ବ୍ରହ୍ମପୁରରେ  ୧୬ ଘଂଟିଆ ସଟଡାଉନ ବି ଲାଗୁ ହୋଇଛି ।  ସକାଳୁ ୭ଟାରୁ ଦିନ ୧୨ଟା ଯାଏଁ ସହରରେ କଟକଣାକୁ କୋହଳ କରାଯାଇଛି ।



from Kanak News https://ift.tt/2VeiMal https://ift.tt/2V8zQOY
ଅନିଦ୍ଦିଷ୍ଟ କାଳ ପାଇଁ ଦାରିଙ୍ଗିବାଡି ସଟଡାଉନ । ଜଣେ ଶିକ୍ଷକ କରୋନା ପଜିଟିଭ ପରେ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି କଟକଣା ଲଗାଇଲେ ସରପଞ୍ଚ Kanak News ଅନିଦ୍ଦିଷ୍ଟ କାଳ ପାଇଁ ଦାରିଙ୍ଗିବାଡି ସଟଡାଉନ । ଜଣେ ଶିକ୍ଷକ କରୋନା ପଜିଟିଭ ପରେ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି କଟକଣା ଲଗାଇଲେ ସରପଞ୍ଚ Kanak News Reviewed by SUBHENDU BARAL on June 23, 2020 Rating: 5

No comments:

Powered by Blogger.