ଦମ୍‌ଦାର ଡାଇଲଗ୍‌ ମାରିଲେ CID ଦୟା: କହିଲେ, ‘ଅଶ୍ଳୀଳତା ସିନ୍‌ରେ ନଥାଏ, ଲୋକଙ୍କ ମାନସିକତାରେ ଥାଏ’, ଦେଖନ୍ତୁ

ଭୁବନେଶ୍ବର୨୬/୬: କରୋନା ଲକଡାଉନ୍ ଯୋଗୁଁ ପୁରା କଳାକାର ଜଗତ ଆଜି ଏକ ବିପର୍ଯ୍ୟପ୍ତ ପରିସ୍ଥିତିରେ ଗତି କରୁଛି। ବିଶେଷ କରି କରୋନାରେ ଯାତ୍ରାଜଗତ ଅଧିକ ପ୍ରଭାବିତ ହୋଇଛି। ଜଲିଓଡର କଳାକାରମାନେ ବିଭିନ୍ନ ଅସୁବିଧା ଭୋଗ କରୁଛନ୍ତି। ଏହି ସମୟରେ ଯାତ୍ରା ଜଗତର କମେଡି କିଙ୍ଗ୍ ଦୟା ଏକ ସ୍ବତନ୍ତ୍ର ସାକ୍ଷାତକାର ନିଜର ମତ ପ୍ରକାଶ କରିଛନ୍ତି। କରୋନା ଲକ୍‌ଡାଉନ୍‌ରେ ଦୟା ଆପଣ କେମିତି ଅଛନ୍ତି? ଏହି ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ଯେହେତୁ କରୋନା ଲକ୍‌ଡାଉନ୍‌ରେ ଦୟା ନିଜ ପରିବାର ସହ ରହୁଛନ୍ତି, ତେଣୁ ଜୀବନ ଦୃଷ୍ଟିରୁ ଭଲ ଅଛନ୍ତି ହେଲେ ଜୀବିକା ଦୃଷ୍ଟିରୁ ସେ ବହୁତ ଅସୁବିଧାରେ ଅଛନ୍ତି। ଯାତ୍ରା ଜଗତରେ କମେଡିର ଗୋଟେ ନୂଆ ଟେଣ୍ଡ ଆରମ୍ଭ କରିଛନ୍ତି ସିଆଇଡି ଦୟା। ଯାତ୍ରାରେ କମେଡିଆନଙ୍କୁ ଅଧିକ ପ୍ରଧାନ୍ୟ ଦିଆଯାଉ ନାହିଁ। ତେଣୁ କମେଡି ଭୂମିକାରୁ ବାହାରି ସିଆଇଡି ଦୟା ନାଟକରେ ସେ ନାୟକ ଭୂମିକାରେ ଅଭିନୟ କରିଥିଲେ। ଯାତ୍ରାରେ କମେଡି କଳାକାର ଡବଲ ମିନିଂ ବା ଦ୍ବି ଅର୍ଥ ବୋଧକ କଥା କହିଛନ୍ତି, କମେଡି ସିନ୍‌ରେ ଅଶ୍ଳୀଳତା ରହିଥାଏ ବୋଲି ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନରେ ଦୟା କହିଥିଲେ, ଅଶ୍ଳୀଳତା ଯାତ୍ରା ସିନ୍‌ରେ ନଥାଏ, ଲୋକମାନଙ୍କ ମାନସିକତାରେ ଥାଏ। ତେଣୁ ଅଶ୍ଳୀଳତାକୁ ଶୀଳ ଭାବରେ ନେଲେ ଭଲ ଲାଗିବ ବୋଲି ଦୟା କହିଛନ୍ତି। ଏହାସହ ସିଆଇଡି ଦୟା ନାଟକରେ ଏକ ଦମ୍‌ଦାର ଡାଇଲଗ୍‌ ମଧ୍ୟ କହିଥିଲେ। ଦେଖନ୍ତୁ ଦୟା କଣ କହୁଛନ୍ତି….  



from Prameya News7 https://ift.tt/3i2MtVF
ଦମ୍‌ଦାର ଡାଇଲଗ୍‌ ମାରିଲେ CID ଦୟା: କହିଲେ, ‘ଅଶ୍ଳୀଳତା ସିନ୍‌ରେ ନଥାଏ, ଲୋକଙ୍କ ମାନସିକତାରେ ଥାଏ’, ଦେଖନ୍ତୁ ଦମ୍‌ଦାର ଡାଇଲଗ୍‌ ମାରିଲେ CID ଦୟା: କହିଲେ, ‘ଅଶ୍ଳୀଳତା ସିନ୍‌ରେ ନଥାଏ, ଲୋକଙ୍କ ମାନସିକତାରେ ଥାଏ’, ଦେଖନ୍ତୁ Reviewed by SUBHENDU BARAL on June 25, 2020 Rating: 5

No comments:

Powered by Blogger.