ପୁଣି ମାତିଲେ ଲୁଟେରା : ବନ୍ଧୁକ ମୁନରେ ଦମ୍ପତ୍ତିଙ୍କଠାରୁ ଲୁଟିନେଲେ ସୁନା ଅଳଙ୍କାର

ବାଲିପାଟଣା ୨୬।୬: ପୁଣି ମାତିଲେ ଲୁଟେରା । ଦମ୍ପତ୍ତିଙ୍କଠାରୁ ବନ୍ଧୁକ ମୁନରେ ସୁନା ଅଳଙ୍କାର ଲୁଟିନେଲେ । ଘଟଣା ଘଟିଛି ବାଲିଅନ୍ତା ଥାନା ଭିଙ୍ଗାରପୁର କେନାଲ୍‌ ବନ୍ଧ ରାସ୍ତାରେ ।

ସୂଚନାଯୋଗ୍ୟ ଯେ, ଗୁରୁବାର ଅପରାହ୍ନରେ ଦମ୍ପତ୍ତି ଭୁବନେଶ୍ଵରରୁ ବାଇକ୍ ଯୋଗେ ଫେରୁଥିଲେ । ଏହି ସମୟରେ ଦୁଇ ଜଣ ଲୁଟେରା ଏକ ବାଇକ୍ ରେ ଆସି ଦମ୍ପତ୍ତିଙ୍କୁ ଭିଙ୍ଗାରପୁର କେନାଲ ବନ୍ଧ ରାସ୍ତାରେ ଅଟକାଇଥିଲେ । ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେବା ସହ ମହିଳାଙ୍କ ବେକରୁ ସୁନା ଚେନ୍, କାନଫୁଲ ସହ ପାଖରେ ଥିବା ୮ ହଜାର ଟଙ୍କା ଲୁଟି ନେଇ ଫେରାର୍ ହୋଇଯାଇଥିଲେ ଲୁଟେରା । ଖବର ପାଇ ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରିଛି ।



from Prameya News7 https://ift.tt/2NsAa75
ପୁଣି ମାତିଲେ ଲୁଟେରା : ବନ୍ଧୁକ ମୁନରେ ଦମ୍ପତ୍ତିଙ୍କଠାରୁ ଲୁଟିନେଲେ ସୁନା ଅଳଙ୍କାର ପୁଣି ମାତିଲେ ଲୁଟେରା : ବନ୍ଧୁକ ମୁନରେ ଦମ୍ପତ୍ତିଙ୍କଠାରୁ ଲୁଟିନେଲେ ସୁନା ଅଳଙ୍କାର Reviewed by SUBHENDU BARAL on June 25, 2020 Rating: 5

No comments:

Powered by Blogger.