ପୋଲିସ କବ୍‌ଜାରେ ବାଲି ମାଫିଆ, ୧୪ରୁ ଅଧିକ ବାଲି ବୋଝେଇ ଟ୍ରାକ୍ଟର ଜବତ

ଭଦ୍ରକ ୨୫।୬: ଚୋରା ବାଲି ମାଫିଆଙ୍କ ଉପରେ ଅତର୍କିତ ଚଢାଉ । ୧୪ ରୁ ଅଧିକ ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ ହୋଇଛି । ତେବେ ଚଢାଉ ଜାରି ରହିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ବୈତରଣୀ ନଦୀ ପଠାରୁ ବେଆଇନ ଭାବେ ବାଲିଚାଲାଣ ହେଉଥିବା ଖବର ପାଇଥିଲା ଭଣ୍ଡାରିପୋଖରୀ ପୋଲିସ ଓ ପ୍ରଶାସନ । ଏହାପର ବୈତରଣୀ ନଦୀ ପଠାରେ ଭଣ୍ଡାରିପୋଖରୀ ପୋଲିସ ଓ ପ୍ରଶାସନ ମିଳିତ ଭାବେ ଚଢାଉ କରିଥିଲେ । ଚୋରା ବାଲି ବୋଝେଇ ହୋଇଥିବା ୧୪ ରୁ ଅଧିକ ଟ୍ରାକ୍ଟର ଜବତ ହୋଇଛି ।

ବାଲିପୋଖରୀ ଏସକେପ ନିକଟରେ ଧାମନଗର ଏସଡିପିଓ ଓ ତହସିଲଦାରଙ୍କ ଉପସ୍ଥିତିରେ ଚଢାଉ ଜାରି ରହିଥିବା ଜଣାପଡିଛି ।



from Prameya News7 https://ift.tt/3hZe7Tk
ପୋଲିସ କବ୍‌ଜାରେ ବାଲି ମାଫିଆ, ୧୪ରୁ ଅଧିକ ବାଲି ବୋଝେଇ ଟ୍ରାକ୍ଟର ଜବତ ପୋଲିସ କବ୍‌ଜାରେ ବାଲି ମାଫିଆ, ୧୪ରୁ ଅଧିକ ବାଲି ବୋଝେଇ ଟ୍ରାକ୍ଟର ଜବତ Reviewed by SUBHENDU BARAL on June 24, 2020 Rating: 5

No comments:

Powered by Blogger.