ସିସିଟିଭି‌ରେ କଏଦ ହେଲା ପାକ୍‌ ବିମାନ କ୍ରାଶ୍‌ ବେଳର ଭୟଙ୍କର ଦୃଶ୍ୟ Rajalaxmi Sahoo

ଇସଲାମାବାଦ: ପାକିସ୍ତାନ ଇଣ୍ଟରନ୍ୟାସ୍‌ନାଲ୍ ଏୟାର୍‌ଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଗତକାଲି ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବିମାନଟି ଲ୍ୟାଣ୍ଡିଂ କରିବାର ମାତ୍ର କେଇ ମିନିଟ୍‌ ପୂର୍ବରୁ ଏହା ଜନବସତି ଅଞ୍ଚଳରେ ଖସି ପଡ଼ିଥିଲା। ଯାହା ଅତି ଭୟଙ୍କର ଥିଲା ବୋଲି ସିସିଟିଭି ଫୁଟେଜ୍‌ରେ କଏଦ ହୋଇଥିବା ଭିଜୁଆଲ୍‌ରୁ ଜଣାପଡ଼ିଛି।

୯୯ଜଣ ଯାତ୍ରୀଙ୍କୁ ଧରି PK-8303 ବିମାନଟି ଗତକାଲି ଅପରାହ୍ଣରେ ଲାହୋରରୁ ଉଡ଼ାଣ ଭରିଥିଲା। ତେବେ କରାଚି ସ୍ଥିତ ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନଟି ଅବତରଣ କରିବାର ମାତ୍ର କେଇ ମିନିଟ୍‌ ପୂର୍ବରୁ ଏହା କ୍ରାଶ୍‌ ହୋଇଯାଇଥିଲା। ଏଥିରେ ୯୭ଜଣଙ୍କ ମୃତ୍ୟୁ ଘଟିଛି।

ବିମାନଟି କ୍ରାଶ୍‌ ବେଳର ଦୃଶ୍ୟ ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି। ବିମାନଟି ଲ୍ୟାଣ୍ଡିଂ ପାଇଁ ପ୍ରୟାସ କରୁଥିବାବେଳେ, ହଠାତ୍‌ ଏକ ବିଲ୍ଡିଂରେ ଧକ୍କା ହୋଇ ତଳକୁ ଖସି ପଡ଼ିଥିଲା। ମାତ୍ର କିଛି ସେକେଣ୍ଡ୍‌ ଭିତରେ ବିମାନଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲା। ସମଗ୍ର ଅଞ୍ଚଳ ପୂରା ଧୂଆଁମୟ ହୋଇଯାଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ବିମାନଟି ପ୍ରଥମେ ମୋବାଇଲ୍‌ ଟାୱାରରେ ମାଡ଼ ହୋଇଥିଲା। ଏହାପରେ ମାଲିର୍‌ର ମଡେଲ୍‌ କଲୋନୀ ସ୍ଥିତ ଜିହ୍ନା ଗାର୍ଡେନ ନିକଟରେ ଥିବା ଘରର ବିଲ୍ଡିଂରେ ଧକ୍କା ହୋଇ ତଳକୁ ଖସି ପଡ଼ିଥିଲା। ଏହି ଘଟଣାପରେ ସେଠାରେ ଥିବା ଅଧିକାଂଶ ଘର ଗୁଡ଼ିକରେ ନିଆଁ  ଲାଗି ଯାଇଥିଲା।

କରୋନା ଲକ୍‌ଡାଉନ୍‌ ପାଇଁ ପାକିସ୍ତାନରେ ବିମାନ ସେବା ବନ୍ଦ ଥିବାବେଳେ ଗତ ସପ୍ତାହରେ ପୁଣି ଉଡ଼ାଣ ଆରମ୍ଭ ହୋଇଥିଲା।



from OTV Khabar. https://ift.tt/3gibpHE
ସିସିଟିଭି‌ରେ କଏଦ ହେଲା ପାକ୍‌ ବିମାନ କ୍ରାଶ୍‌ ବେଳର ଭୟଙ୍କର ଦୃଶ୍ୟ Rajalaxmi Sahoo ସିସିଟିଭି‌ରେ କଏଦ ହେଲା ପାକ୍‌ ବିମାନ କ୍ରାଶ୍‌ ବେଳର ଭୟଙ୍କର ଦୃଶ୍ୟ Rajalaxmi Sahoo Reviewed by SUBHENDU BARAL on May 22, 2020 Rating: 5

No comments:

Powered by Blogger.