ଆଜିଠୁ ରାଜ୍ୟରେ ଅନ୍‌ଲାଇନ୍‌ରେ ମିଳିବ ମଦ; ହୋମ୍‌ ଡେଲିଭରି କରିବେ ଜୋମାଟୋ ଓ ସ୍ୱିଗି Rajalaxmi Sahoo

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଅନ୍‌ଲାଇନ୍‌ରେ ମିଳିବ ମଦ। ଅନଲାଇନ୍‌ରେ ମଦ ବିକ୍ରି ନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।  ଉଭୟ ଅନ୍ ଓ ଅଫ୍ ଲାଇସେନ୍ସପ୍ରାପ୍ତ ଦୋକାନୀ ମଦ ହୋମ୍ ଡେଲିଭରି କରିପାରିବେ। ତେବେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ଏହି ହୋମ୍‌ ଡେଲିଭରି ହୋଇପାରିବ ନାହିଁ।

ଅନ୍‌ଲାଇନ୍‌ରେ ମଦ ଡେଲିଭରି ପାଇଁ ଜୋମାଟୋ ଓ ସ୍ୱିଗିକୁ ରାଜ୍ୟ ଅବକାରୀ ବିଭାଗ ଅନୁମତି ଦେଇଛି। ଅନ୍‌ଲାଇନ୍‌ରେ ମଦ ବିକ୍ରି ନିଷ୍ପତ୍ତି ପରେ ଏହି ଦୁଇ ସଂସ୍ଥା ହୋମ୍‌ ଡେଲିଭରି ପାଇଁ ଆବେଦନ କରିଥିଲେ।

ଅନ୍ୟପକ୍ଷରେ, ବିଦେଶୀ ମଦ ଉପରେ ରାଜ୍ୟ ସରକାର କୋଭିଡ଼ ଫି’ ଲଗାଇଛନ୍ତି। ଯାହା MRP ଅଛି, ତା’ ଉପରେ ୫୦ ପ୍ରତିଶତ କୋଭିଡ଼ ଫି’ ଲାଗିବ। ଏହି ଫି’ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚରେ ଲାଗିବ।

ଅନ୍ ଓ ଅଫ୍ ଲାଇସେନ୍ସ ପ୍ରାପ୍ତ ଦୋକାନ ଅର୍ଡର ପାଇଁ ଡିସ୍‌ପ୍ଲେ ରଖିବେ। ଡିସ୍‌ପ୍ଲେରେ ଫୋନ୍‌ ନମ୍ବର, ହ୍ୱାଟ୍ସଆପ୍‌ ନମ୍ବର ଏବଂ ଇ-ମେଲ୍ ଆଇଡି ରହିବ। ଦୋକାନ ବାହାରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ମଧ୍ୟ ରହିବ। ଏହାସହ OSBC ୱେବ୍‌ସାଇଟ୍‌ osbc.co.in ରେ ଜିଲ୍ଲାୱାରୀ ତଥ୍ୟ ରହିବ। ଏହି ୱେବ୍‌ସାଇଟ୍‌ରେ ସମସ୍ତ ପ୍ରକାର ପ୍ରଡକ୍ଟର ମୂଲ୍ୟ ମଧ୍ୟ ରହିବ।

ଭୁବନେଶ୍ୱର, କଟକ, ବ୍ରହ୍ମପୁରର ମହାନଗର ନିଗମ ଅଞ୍ଚଳ ଏବଂ ପୁରୀ ମ୍ୟୁନିସିପାଲଟି ଅଞ୍ଚଳରେ ଅନ୍‌ଲାଇନ୍‌ରେ ମଦ ଡେଲିଭରି କରିବାକୁ ଜୋମାଟୋକୁ ଅନୁମତି ମିଳି ଥିବାବେଳେ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମ ଅଞ୍ଚଳ ପାଇଁ ସ୍ୱିଗିକୁ ଅନୁମତି ମିଳିଥିବା ଅବକାରୀ କମିଶନର ସୂଚନା ଦେଇଛନ୍ତି।



from OTV Khabar. https://ift.tt/3edFuGz
ଆଜିଠୁ ରାଜ୍ୟରେ ଅନ୍‌ଲାଇନ୍‌ରେ ମିଳିବ ମଦ; ହୋମ୍‌ ଡେଲିଭରି କରିବେ ଜୋମାଟୋ ଓ ସ୍ୱିଗି Rajalaxmi Sahoo ଆଜିଠୁ ରାଜ୍ୟରେ ଅନ୍‌ଲାଇନ୍‌ରେ ମିଳିବ ମଦ; ହୋମ୍‌ ଡେଲିଭରି କରିବେ ଜୋମାଟୋ ଓ ସ୍ୱିଗି Rajalaxmi Sahoo Reviewed by SUBHENDU BARAL on May 23, 2020 Rating: 5

No comments:

Powered by Blogger.