ବଲାଙ୍ଗିର: ଭିଟାମାଟିକୁ ଫେରୁଥିବାବେଳେ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଭିତରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ନାଁ ରାଧା କର। ତାଙ୍କ ଘର କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାର ଜଡା ଗାଁରେ।
ଟ୍ରେନ୍ଟି ବିଶାଖାପାଟଣାରୁ ବଲାଙ୍ଗିର ଷ୍ଟେସନ୍ରେ ପହଞ୍ଚିବା ପରେ ଜିଆର୍ପି(Government Railway Police) ଟ୍ରେନ୍ରୁ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି। ଏହି ଘଟଣାରେ ଜିଆର୍ପି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ମହିଳା ଜଣକ ନିଜ ଭିଟାମାଟିକୁ ଫେରୁଥିବାବେଳେ ଟ୍ରେନ୍ ଭିତରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ଏକ ଛୋଟ ପୁଅ ଅଛି।
ଛାତି ଯନ୍ତ୍ରଣାରୁ ଟ୍ରେନ୍ରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କୀୟ କହିଛନ୍ତି।
from OTV Khabar. https://ift.tt/2A7oiUI
ଶ୍ରମିକ ସ୍ପେଶାଲ୍ ଟ୍ରେନ୍ରେ ମହିଳାଙ୍କ ମୃତଦେହ ଉଦ୍ଧାର Rajalaxmi Sahoo
Reviewed by SUBHENDU BARAL
on
May 23, 2020
Rating:
No comments: