ଭୁବନେଶ୍ୱରରେ ପୁଣି ଚଳଚଂଚଳ ହେବ ପାର୍କ: ଜମିବ ଖଟି, ଲାଗିବ ଗହଳି; ସକାଳ ୬ଟାରୁ ୧୦ ଓ ଅପରାହ୍ଣ ୪ଟାରୁ ୬ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତି ନେଇଥିବା ସୂଚନା Kanak News

କନକ ବ୍ୟୁରୋ: ଭୁବନେଶ୍ୱରରେ ପୁଣି ଚଳଚଂଚଳ ହେବ ପାର୍କ । ଜମିବ ଖଟି , ଲାଗିବ ଗହଳି । ଲକଡାଉନ ଯୋଗୁଁ ବନ୍ଦ ହୋଇଥିବା ପାର୍କ ପୁଣି ଥରେ ଖୋଲିବାକୁ ନିଷ୍ପତି ନେଇଛି ବିଡିଏ । ଭୁବନେଶ୍ୱର ୟୁନିଟ୍-୬ ସ୍ଥିତ ବିଜୁ ପଟ୍ଟନାୟକ ବା ଫରେଷ୍ଟ ପାର୍କକୁ ପରୀକ୍ଷା ମୂଳକ ଭାବେ ବିଡିଏ ଖୋଲିବ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ସକାଳ ୬ଟାରୁ ୧୦ ଓ ଅପରାହ୍ଣ ୪ଟାରୁ ୬ଟା ପର୍ଯ୍ୟନ୍ତ ପାର୍କ ଖୋଲିବ ।

ପାର୍କରେ କେମିତି ଭିଡ ହେଉଛି, ଏହା ଦ୍ୱାରା କିଛି ସମସ୍ୟା ହେଉଛି କି ନାହିଁ, ତାହା ଦେଖିବା ପରେ ରାଜଧାନୀର ବାକି ଅନ୍ୟ ପାର୍କ ଖୋଲିବା ନେଇ ନିଷ୍ପତି ନିଆଯିବ । ଏଥିପାଇଁ ଆଜି ଏସଓପି ଜାରି କରିପାରେ ବିଏମସି । କରୋନା ମୁକାବିଲା ପାଇଁ ଲାଗୁ ହୋଇଥିବା ତାଲାବନ୍ଦରେ ସାମାଜିକ ଦୂରତା ରଖିବା ଓ ଗୋଟିଏ ସ୍ଥାନରେ ଯେପରି ଅଧିକ ଲୋକ ଜମା ନହୁଅନ୍ତି ସେଥିପାଇଁ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ବିଡିଏ କର୍ତୁପକ୍ଷ ଲକଡାଉନ ଉଠିବା ପୂର୍ବରୁ ପାର୍କ ଖୋଲିବାକୁ ନିଷ୍ପତି ନେଇଛନ୍ତି ।



from Kanak News https://ift.tt/2Zw7G3j https://ift.tt/2ZDtpq2
ଭୁବନେଶ୍ୱରରେ ପୁଣି ଚଳଚଂଚଳ ହେବ ପାର୍କ: ଜମିବ ଖଟି, ଲାଗିବ ଗହଳି; ସକାଳ ୬ଟାରୁ ୧୦ ଓ ଅପରାହ୍ଣ ୪ଟାରୁ ୬ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତି ନେଇଥିବା ସୂଚନା Kanak News ଭୁବନେଶ୍ୱରରେ ପୁଣି ଚଳଚଂଚଳ ହେବ ପାର୍କ: ଜମିବ ଖଟି, ଲାଗିବ ଗହଳି; ସକାଳ ୬ଟାରୁ ୧୦ ଓ ଅପରାହ୍ଣ ୪ଟାରୁ ୬ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତି ନେଇଥିବା ସୂଚନା Kanak News Reviewed by SUBHENDU BARAL on May 23, 2020 Rating: 5

No comments:

Powered by Blogger.