ହୃଦୟ ବିଦାରିଦେଲା ମା…ଟ୍ରାକ୍ଟରରୁ ଖସି ସବୁଦିନ ପାଇଁ ଆଖି ବୁଜିଦେଲେ ମାଆ: ମରଣମୁହଁରୁ ବର୍ତ୍ତିଗଲା ୪ ବର୍ଷର ପୁଅ; ମାଆ ଶୋଇଛି ଭାବି ଶବକୁ କୁଣ୍ଢେଇ ଧରି ଜଗିବସିଛି ଅବୋଧ ଶିଶୁ Kanak News

କନକ ବ୍ୟୁରୋ: ଟ୍ରାକ୍ଟର ଡାଲାରୁ ଖସିପଡ଼ିଲେ ମା’, ପୁଅ। ସବୁଦିନ ପାଇଁ ଆଖି ବୁଜିଦେଲୋ ମା’। ହେଲେ ୪ ବର୍ଷର ପୁଅ ମରଣମୁହଁରୁ ବର୍ତ୍ତିଗଲା। ପୋଲ ଉପରେ ମା’ ସବୁଦିନ ପାଇଁ ଶୋଇ ପଡ଼ିଥିବାବେଳେ ସେ ନ ଉଠିବାରୁ ପାଖରେ ଥିବା ପୁଅ ମା’… ମା’ ଡାକି କାନ୍ଦୁଥିଲା। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଅଞ୍ଚଳରେ। ଦିନକ ପୂର୍ବରୁ ବିହାରର ମୁଝାଫରପୁର ରେଳ ଷ୍ଟେସନରେ ଘଟିଥିବା ଛାତିଥରା ଘଟଣା ଠାରୁ ଏହା କିଛି କମ୍ ନଥିଲା।
ବାଂଶପାଳ ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ ସିଂପୁର ବଇଗାଁ ନଦୀ ପୋଲ ଉପରେ ଗତକାଲି ଘଟିଥିବା ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ମହିଳାଙ୍କ ମୁତ୍ୟୁ ଘଟିଥିବାବେଳେ ସାଂଗରେ ଥିବା ୪ ବର୍ଷର ଶିଶୁ ସାମାନ୍ୟ ଆହତ ହୋଇଥିଲା। ମୃତ ମହିଳାଜଣକ କୁଶକଳା ଗ୍ରାମର ସେଙ୍କା ଧାନୁୱାରଙ୍କ ସ୍ତ୍ରୀ ପାନସୁରି ଧାନଓ୍ୱାର (୨୫)। ଗତକାଲି ପାନସୁରି ନିଜ ୪ବର୍ଷର ପୁଅ ପ୍ରକାଶକୁ ସାଂଗରେ ନେଇ ନିଜ ବାପଘର ରତେଇଖଣିକୁ ଏକ ଟ୍ରାକ୍ଟର ଡାଲାରେ ବସି ଯାଉଥିଲେ। ଘରଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ସତେ ଯେମିତି ମୃତ୍ୟୁ ଜଗି ରହିଥିଲା। ଟ୍ରାକ୍ଟରଟି ଦ୍ରୁତ ଗତିରେ ମାଡ଼ି ଚାଲିଥିବାବେଳେ ସିଂପୁର ବଇଗାଁ ନଦୀ ପୋଲ ରାସ୍ତା ଠିକ୍ ନଥିବାରୁ ଉଭୟ ମା’ପୁଅ ଛିଟିକି ପଡ଼ିଥିଲେ। ମା ପାନସୁରିଙ୍କ ପେଟ ଉପରେ ଟ୍ରାକ୍ଟର ଡାଲା ଚଢ଼ିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମା’ ର ମୃତ୍ୟୁ ସଂପର୍କରେ ବୁଝି ପାରୁନଥିବା ପୁଅ ପ୍ରକାଶ ପାଖକୁ ଆସି ମା’କୁ ଉଠାଇବାକୁ ଚେଷ୍ଟା କରିଥିଲା। ହେଲେ ତାର ମା’ ସବୁଦିନ ପାଇଁ ଶୋଇପଡ଼ିଥିବାରୁ ଜୋରରେ କାନ୍ଦୁଥିଲା ପ୍ରକାଶ। ଦୁର୍ଘଟଣା ଖବରପାଇ ଗ୍ରାମବାସୀ ପୋଲ ନିକଟରେ ପହଞ୍ଚିଥିଲେ। ଏହି ସମୟର ଦୃଶ୍ୟକୁ କେହିଜଣେ ଭିଡ଼ିଓ କରିଥିଲେ। କାନ୍ଦୁଥିବା ଶିଶୁଟିକୁ ତାଙ୍କର ଜଣେ ସଂପର୍କୀୟ ନିଜ ପାଖରେ ରଖି ବୁଝାଇବାକୁ ଚେଷ୍ଟା କରିଛନ୍ତି।
ଏହି ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ନୟାକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଟ୍ରାକ୍ଟରଟିକୁ ମଧ୍ୟ ଜବତ କରିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି।
from Kanak News https://ift.tt/2M8qApg https://ift.tt/2AqA7VO
No comments: