ଭାରସାମ୍ୟ ହରାଇ ଘର ଭିତରକୁ ପଶିଗଲା ଟ୍ରକ, ହେଲ୍‌ପର ମୃତ

ବାଙ୍କୀ ୨୪।୦୫: ଭାରସାମ୍ୟ ହରାଇ ଘର ଭିତରକୁ ପଶିଗଲା ଟ୍ରକ । ବାଙ୍କି ଥାନା  ଅନ୍ତର୍ଗତ କରବର ଗ୍ରାମ ଛକ ନିକଟରେ ଘଟିଛି ଦୁର୍ଘଟଣା । ଆଜି ସକାଳ ସମୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ନିକଟରେ ଚାଲିଥିବା ରେଲଓ୍ୱ ଲାଇନ୍‌ କାମ ପାଇଁ ସିମେଣ୍ଟ ସ୍ଲିପଟ ବୋଝେଇ ଟ୍ରକଟି ବାଙ୍କୀରୁ କଟକ ଯାଉଥିଲା । କିନ୍ତୁ ରାସ୍ତାରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଘର ଭିତରକୁ ପଶିଯାଇଥିଲା । ଟ୍ରକଟି ଦୁର୍ଘଟଣା ହେବା ଦ୍ୱାରା ଗାଡିରେ ଥିବା ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ହୋଇଛନ୍ତି ।

ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ଜାରି ରହିଛି । ଡ୍ରାଇଭରଙ୍କ ସ୍ୱାସ୍ଥ୍ୟବସ୍ଥା ବଗିଡିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।  ତେବେ ଘର ଭିତରକୁ ଟ୍ରକ ପଶିଯିବା ଦ୍ୱାରା ପରିବାର ଲୋକେ ଏତେ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।  ଦୁର୍ଘଟଣାର ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।  



from Prameya News7 https://ift.tt/2A3RjQW
ଭାରସାମ୍ୟ ହରାଇ ଘର ଭିତରକୁ ପଶିଗଲା ଟ୍ରକ, ହେଲ୍‌ପର ମୃତ ଭାରସାମ୍ୟ ହରାଇ ଘର ଭିତରକୁ ପଶିଗଲା ଟ୍ରକ, ହେଲ୍‌ପର ମୃତ Reviewed by SUBHENDU BARAL on May 23, 2020 Rating: 5

No comments:

Powered by Blogger.