ଏସୀୟ ଦେଶଗୁଡିକ ମଧ୍ୟରେ ଭାରତରେ କରୋନା ସଂକ୍ରମଣ ଅଧିକ, ତୁର୍କୀକୁ ପକାଇଲା ପଛରେ

ନୂଆଦିଲ୍ଲୀ ୨୯।୫: ଏସୀୟ ଦେଶମାନଙ୍କ ମଧ୍ୟରେ ଭାରତ ବର୍ତ୍ତମାନ ସର୍ବାଧିକ କରୋନା ସଂକ୍ରମିତ ଦେଶ ହୋଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରାୟ ୭ ହଜାର ଲୋକ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି । ଫଳରେ ଭାରତ ତୁର୍କୀକୁ ପଛରେ ପକାଇ ଦେଇଛି। ୱେବସାଇଟ୍ କୋଭିଡ-୧୯ ଅନୁଯାୟୀ, ଗୁରୁବାର ପର୍ଯ୍ୟନ୍ତ ଭାରତରେ ୧,୬୦,୩୧୦ ଲୋକ କରୋନା ସଂକ୍ରମିତ ହୋଇଛନ୍ତି ଯାହା ଏସୀୟ ଦେଶ ତୁଳନାରେ ସବୁଠୁ ଅଧିକ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ସଂକ୍ରମିତ ଲୋକଙ୍କ ସଂଖ୍ୟା ୧,୫୮,୩୩୩କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୪୫୩୧କୁ ବୃଦ୍ଧି ପାଇଛି। କରୋନା ସଂକ୍ରମିତ ଏସୀୟ ଦେଶ ତାଲିକାରେ ତୁର୍କୀ ଦ୍ବିତୀୟ ସ୍ଥାନରେ ରହିଛି।

ଓ୍ବାଲ୍ଡୋ ମିଟର ଅନୁଯାୟୀ ଶ୍ରେଷ୍ଠ ୫ ଏସୀୟ ଦେଶ ମଧ୍ୟରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧,୬୦,୩୧୦ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୪,୫୩୧, ତୁର୍କୀରେ ସଂକ୍ରମିତଙ୍କ ସଂଖ୍ୟା ୧,୫୯,୭୯୭ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୪୪୩୧, ଇରାନରେ ସଂକ୍ରମିତଙ୍କ ସଂଖ୍ୟା ୧,୪୩,୮୪୯ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୭୬୨୭, ଚୀନ୍ ରେ ସଂକ୍ରମିତଙ୍କ ସଂଖ୍ୟା ୮୨,୯୯୫ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୪୬୩୪, ସାଉଦି ଆରବରେ ସଂକ୍ରମିତଙ୍କ ସଂଖ୍ୟା ୮୦,୧୫୮ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୮୪୧  ।

ସଂକ୍ରମିତଙ୍କ କ୍ଷେତ୍ରରେ ଭାରତ ଫ୍ରାନ୍ସକୁ ଅତିକ୍ରମ କରିଛି । ଫ୍ରାନ୍ସରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହେଉଛି ୮୭୭୩୩ । ଏଥି ସହିତ ଭାରତରେ ୮୮୯୨୩ ସକ୍ରିୟ ମାମଲା ରିପୋର୍ଟ ହୋଇଛି । ତେବେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟାରେ ଫ୍ରାନ୍ସ ଅପେକ୍ଷା ଭାରତର ସ୍ଥିତି ଭଲ ରହିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଗୁରୁବାର ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ଆହୁରି ୧୯୪ ଜଣ ଲୋକଙ୍କର କରୋନା ଭାଇରସରେ ମୃତ୍ୟୁ ହୋଇଥିଲା ଏବଂ ୬୫୬୬ଟି ନୂତନ ସଂକ୍ରମଣ ମାମଲା ଦେଖିବାକୁ ମିଳିଥିଲା । ଏହା ସହିତ ମୋଟ୍ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧,୫୮,୩୩୩କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୪୫୩୧ରେ ପହଞ୍ଚିଛି । ମନ୍ତ୍ରଣାଳୟ କହିଛି ଯେ, ଦେଶରେ ୮୬୧୧୦ ସଂକ୍ରମିତ ଲୋକ ଚିକିତ୍ସିତ ହେଉଛନ୍ତି।



from Prameya News7 https://ift.tt/2XDBlVL
ଏସୀୟ ଦେଶଗୁଡିକ ମଧ୍ୟରେ ଭାରତରେ କରୋନା ସଂକ୍ରମଣ ଅଧିକ, ତୁର୍କୀକୁ ପକାଇଲା ପଛରେ ଏସୀୟ ଦେଶଗୁଡିକ ମଧ୍ୟରେ ଭାରତରେ କରୋନା ସଂକ୍ରମଣ ଅଧିକ, ତୁର୍କୀକୁ ପକାଇଲା ପଛରେ Reviewed by SUBHENDU BARAL on May 28, 2020 Rating: 5

No comments:

Powered by Blogger.