କାଳବୈଶାଖୀ ତାଣ୍ଡବ : ଭାଙ୍ଗିଗଲା ଗଛ, ଉପୁଡିପଡିଲା ବିଦ୍ୟୁତ୍ ଖୁଣ୍ଟି

ବାଲିପାଟଣା ୨୯।୫: ରାଜଧାନୀ ସମେତ ଉପକଣ୍ଠ ଅଞ୍ଚଳରରେ ଶୁକ୍ରବାର ଭୋରରୁ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ବାଲିପାଟଣା ଏବଂ ବାଲିଅନ୍ତାରେ କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଭୋର ୪ଟାରୁ ଘଡଘଡି ବର୍ଷା ସହ ପ୍ରବଳ ବେଗରେ ପବନ ବୋହିଥିଲା । ୧୫ରୁ ୨୦ ମିନିଟ୍ ପବନରେ ଗଛ ସବୁ ଭାଙ୍ଗି ପଡିଥିଲା । କେତେକ ସ୍ଥାନରେ ବଡ ବଡ ଗଛ ଉପୁଡି ପଡିଛି । ଆଜବେଷ୍ଟସ୍ ଘର କ୍ଷତିଗ୍ରସ୍ତ ହୋଇଛି । ଘରର ଆଜବେଷ୍ଟସ୍ ଉଡିଯାଇଛି ।

କାଳବୈଶଖୀରେ ଯୋଗୁଁ ଚାଷୀମାନଙ୍କର ପାନବରଜ ଭାଙ୍ଗିରୁଜି ଯାଇଛି । ବିଭିନ୍ନ ଛକମାନଙ୍କରେ ଥିବା କ୍ୟାବିନ୍ ଦୋକାନ ପବନରେ ଓଲଟି ପଡିଛି । କତେକ ସ୍ଥାନରେ କ୍ୟାବିନ୍ ଭାଙ୍ଗିଯାଇଛି ।

ଅଞ୍ଚଳରେ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଯାଇଛି । କେତେକ ସ୍ଥାନରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ମଧ୍ୟ ଭାଙ୍ଗି ଯାଇଥିବା ବେଳେ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିଛି ।  ଅନେକ ପକ୍ଷୀ ରାସ୍ତାରେ ମରି ପଡିଥିବା ଦେଖାଯାଇଛି ।



from Prameya News7 https://ift.tt/2XcTBGt
କାଳବୈଶାଖୀ ତାଣ୍ଡବ : ଭାଙ୍ଗିଗଲା ଗଛ, ଉପୁଡିପଡିଲା ବିଦ୍ୟୁତ୍ ଖୁଣ୍ଟି କାଳବୈଶାଖୀ ତାଣ୍ଡବ : ଭାଙ୍ଗିଗଲା ଗଛ, ଉପୁଡିପଡିଲା ବିଦ୍ୟୁତ୍ ଖୁଣ୍ଟି Reviewed by SUBHENDU BARAL on May 28, 2020 Rating: 5

No comments:

Powered by Blogger.