ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ : ଗମ୍ଭାରୀମୁଣ୍ଡା ପଞ୍ଚାୟତ ସଟ୍ ଡାଉନ୍, ୩ ଦିନ ବନ୍ଦ ରହିବ ବଜାର

ଖୋର୍ଦ୍ଧା ୩୧।୦୫: ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକର ଗମ୍ଭାରୀମୁଣ୍ଡା ପଞ୍ଚାୟତ ସଟ୍ ଡାଉନ୍ । ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଗମ୍ଭାରୀମୁଣ୍ଡା ସରପଞ୍ଚ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଗମ୍ଭାରୀମୁଣ୍ଡା ସରପଞ୍ଚ ନିଜ ଅଞ୍ଚଳର ବଜାରକୁ ୩ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଗମ୍ଭାରୀମୁଣ୍ଡାର ଏକ କ୍ବାରାଣ୍ଟାଇନ୍ ସେଣ୍ଟରରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ମହାରଥା ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।

 ଗମ୍ଭାରୀମୁଣ୍ଡା ବଜାର ଉପରେ ୫ ଖଣ୍ଡ ପଞ୍ଚାୟତ ନିର୍ଭର କରୁଥିବାରୁ ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରପଞ୍ଚ ଏହି ଘୋଷଣା କରିଛନ୍ତି । ଆଜି ସକାଳ ୭ଟାରୁ ଜୁନ୍ ୩ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ବଜାରକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । କେବଳ ଔଷଧ ଦୋକାନ ବ୍ୟତିତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ତିନି ଦିନ ମଧ୍ୟରେ ଏହି ବଜାରଟିକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି ।



from Prameya News7 https://ift.tt/2TP47ll
ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ : ଗମ୍ଭାରୀମୁଣ୍ଡା ପଞ୍ଚାୟତ ସଟ୍ ଡାଉନ୍, ୩ ଦିନ ବନ୍ଦ ରହିବ ବଜାର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ : ଗମ୍ଭାରୀମୁଣ୍ଡା ପଞ୍ଚାୟତ ସଟ୍ ଡାଉନ୍, ୩ ଦିନ ବନ୍ଦ ରହିବ ବଜାର Reviewed by SUBHENDU BARAL on May 30, 2020 Rating: 5

No comments:

Powered by Blogger.