ରାଜ୍ୟରେ ଆଉ ୧୨୯ କରୋନା ସଂକ୍ରମିତ ଚିହ୍ନଟ, ୧୯୪୮ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର ୩୧।୫: ରାଜ୍ୟରେ ଦିନକୁ ଦିନ ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରବିବାର ଦିନ ରାଜ୍ୟରେ ଆଉ ୧୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୪୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତଙ୍କ ମଧ୍ୟରୁ କିଛି କ୍ବାରେଣ୍ଟାଇନ୍ ସେଣ୍ଟରର ହୋଇଥିବା ବେଳେ ଅନ୍ୟ କିଛି ସ୍ଥାନୀୟ ରହିଛନ୍ତି । କେନ୍ଦ୍ରାପଡା ଜିଲ୍ଲାରୁ ସର୍ବାଧିକ ୧୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରବିବାର ଚିହ୍ନଟ ହୋଇଥିବା ୧୨୯ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୧୦ ଜଣ, ଯାଜପୁର ଜିଲ୍ଲାରୁ ୧୦ ଜଣ, ବାଲେଶ୍ବର ଜିଲ୍ଲାରୁ ୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ, କଟକ ଜିଲ୍ଲାରୁ ୫ଜଣ, ପୁରୀ ଜିଲ୍ଲାରୁ ୪ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୮ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୧ ଜଣ, ଜଗତସିଂହପୁର ଜିଲ୍ଲାରୁ ୨ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬ଜଣ, ଗଜପତି ଜିଲ୍ଲାରୁ ୧୬ଜଣ , ଦେବଗଡ ଜିଲ୍ଲାରୁ ୪ ଜଣ, ନୂଆପଡା ଜିଲ୍ଲାରୁ ୧୨ଜଣ, କେନ୍ଦୁଝର ଜିଲ୍ଲାରୁ ୩ ଜଣ , ମୟୁରଭଞ୍ଜ ଜିଲ୍ଲାରୁ ୬ଜଣ, ମାଲକାନଗିରି ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ଜଣେ ରହିଥିବା ବେଳେ ବରଗଡ ଜିଲ୍ଲାରୁ ୬ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୯୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୮୮୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୭ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।



from Prameya News7 https://ift.tt/3ciHWdx
ରାଜ୍ୟରେ ଆଉ ୧୨୯ କରୋନା ସଂକ୍ରମିତ ଚିହ୍ନଟ, ୧୯୪୮ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଆଉ ୧୨୯ କରୋନା ସଂକ୍ରମିତ ଚିହ୍ନଟ, ୧୯୪୮ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା Reviewed by SUBHENDU BARAL on May 30, 2020 Rating: 5

No comments:

Powered by Blogger.