ବରଗଡ ଜିଲ୍ଲାରେ ଦ୍ବିତୀୟ କରୋନା ପଜିଟିଭ୍, ଆକ୍ରାନ୍ତ ଜଣଙ୍କ ମୁମ୍ବାଇରୁ ଫେରିଥିଲେ

ବରଗଡ ୨୮।୫: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟର ୨୯ ଜିଲ୍ଲାରେ ବ୍ୟାପି ସାରିଲାଣି କରୋନା ଭାଇରସ୍ । ରାୟଗଡା ଜିଲ୍ଲାକୁ ଛାଡି ଅନ୍ୟ ଜିଲ୍ଲାଗୁଡିକରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବରଗଡ ଜିଲ୍ଲାରେ ଦ୍ବିତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ବରଗଡ ଜିଲ୍ଲାରେ ପୂର୍ବରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ବରଗଡ ଜିଲ୍ଲାପାଳ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରିଛନ୍ତି । ଆକ୍ରାନ୍ତ ଜଣଙ୍କ ବରପାଲି ବ୍ଲକ୍ ର ବୋଲି ଜଣାପଡିଛି । ତାଙ୍କ ବୟସ ୪୦ ବର୍ଷ । ସେ ନିକଟରେ ମୁମ୍ବାଇରୁ ଫେରିଥିଲେ ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି ।

ତେବେ ଏହାକୁ ମିଶାଇ ବରଗଡ ଜିଲ୍ଲାରେ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ କେହି ଆକ୍ରାନ୍ତ ସୁସ୍ଥ ହୋଇନାହାନ୍ତି ।



from Prameya News7 https://ift.tt/36J34IY
ବରଗଡ ଜିଲ୍ଲାରେ ଦ୍ବିତୀୟ କରୋନା ପଜିଟିଭ୍, ଆକ୍ରାନ୍ତ ଜଣଙ୍କ ମୁମ୍ବାଇରୁ ଫେରିଥିଲେ ବରଗଡ ଜିଲ୍ଲାରେ ଦ୍ବିତୀୟ କରୋନା ପଜିଟିଭ୍, ଆକ୍ରାନ୍ତ ଜଣଙ୍କ ମୁମ୍ବାଇରୁ ଫେରିଥିଲେ Reviewed by SUBHENDU BARAL on May 27, 2020 Rating: 5

No comments:

Powered by Blogger.