ଆଜିଠୁ ରାଜ୍ୟରେ ଗଡିଲା ଘରୋଇ ବସ୍ : ପ୍ରଥମ ଦଫାରେ କିଛି ଚାଲିଛି, ସମ୍ପୂର୍ଣ୍ଣ ଚଳାଚଳ ପାଇଁ ଲାଗିବ ୧୦ଦିନ

ଭୁବନେଶ୍ବର ୨୮।୫: ଆଜିଠୁ ସାରା ରାଜ୍ୟରେ ଚାଲିଲା ଘରୋଇ ବସ୍ । ଘରୋଇ ବସ୍ ମାଲିକ ସଂଘ ସାଧାରଣ ପରିଷଦ ବୈଠକରେ ବସ୍ ଚାଳାଚଳ ନେଇ ନିଷ୍ପତ୍ତି ନିଆଯାଇଥିଲା । ତେବେ ପୂର୍ବ ନିର୍ଦ୍ଧାରିତ ଭଡ଼ା ଅନୁଯାୟୀ ଯାତ୍ରୀ ମାନେ ଭଡ଼ା ଦେବେ । ସିଟ୍ ସଂଖ୍ୟା ଅନୁଯାୟୀ ବସ୍ ରେ ଯିବେ ଯାତ୍ରୀ ।

ରାଜ୍ୟ ସରକାରଙ୍କ କୋଭିଡ୍-୧୯ ଗାଇଡ ଲାଇନକୁ ଅନୁସରଣ କରାଯାଇ ବସ୍ ଚାଲିବ । ଚଳାଚଳ ପୂର୍ବରୁ ସମସ୍ତ ବସ୍ ସାନିଟାଇଜ୍ କରାଯିବ । ସବୁ ଯାତ୍ରୀ ମାସ୍କ ପିନ୍ଧି ବସ୍ ରେ ଯାତ୍ରା କରିବା ବାଧ୍ୟତାମୂଳକ କରାଯାଇଛି । ଯଥାସମ୍ଭବ ସାମାଜିକ ଦୂରତ୍ବ ଅବଲମ୍ବନ କରାଯାଇ ବସ୍ ଚଳାଚଳ କରାଯିବ ବୋଲି କହିଥିଲେ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ।

ପ୍ରଥମ ଦଫାରେ ଆଜିଠୁ କିଛି କିଛି ବସ୍ ଚଳାଚଳ କରିଛି । ବସ୍ ଚଳାଚଳ ସମ୍ପୂର୍ଣ୍ଣ ସ୍ବାଭାବିକ ହେବାକୁ ପ୍ରାୟ ୧୦ ଦିନ ଲାଗିବ । ବୈଠକରେ ଘରୋଇ ବସ୍ ମାଲିକ ସଂଘର ଦାବି ଉପରେ ଆଲୋଚନା ହୋଇଥିଲା । ସରକାର ୩ ମାସ ରୋଡ୍ ଟ୍ୟାକ୍ସ ଛାଡ଼ କରିବାକୁ ରାଜି ହେବା ପରେ ଆଜିଠୁ ଗଡ଼ିଛି ଘରୋଇ ବସ୍ ।



from Prameya News7 https://ift.tt/2Aft1Ul
ଆଜିଠୁ ରାଜ୍ୟରେ ଗଡିଲା ଘରୋଇ ବସ୍ : ପ୍ରଥମ ଦଫାରେ କିଛି ଚାଲିଛି, ସମ୍ପୂର୍ଣ୍ଣ ଚଳାଚଳ ପାଇଁ ଲାଗିବ ୧୦ଦିନ ଆଜିଠୁ ରାଜ୍ୟରେ ଗଡିଲା ଘରୋଇ ବସ୍ : ପ୍ରଥମ ଦଫାରେ କିଛି ଚାଲିଛି, ସମ୍ପୂର୍ଣ୍ଣ ଚଳାଚଳ ପାଇଁ ଲାଗିବ ୧୦ଦିନ Reviewed by SUBHENDU BARAL on May 27, 2020 Rating: 5

No comments:

Powered by Blogger.