ଆଜିଠୁ ପୁରୀ ଓ ଭୁବନେଶ୍ବରରେ ଐତିହ୍ୟ ପ୍ରକଳ୍ପ କାମ ଆରମ୍ଭ

 ଭୁବନେଶ୍ବର୨୮/୫: ଆଜିଠୁ ପୁରୀ ଓ ଭୁବନେଶ୍ବରରେ ଐତିହ୍ୟ ପ୍ରକଳ୍ପ କାମ ଆରମ୍ଭ ହେବ। ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟକରଣ ସହ ଶ୍ରୀଜଗନ୍ନାଥ ହେରିଟେଜ କରିଡର, ବଡଦାଣ୍ଡ ଉନ୍ନତୀକରଣ, ଶ୍ରୀ ସେତୁ, ଶ୍ରୀ ଜଗନ୍ନାଥ ବଲ୍ଳଭ ତୀର୍ଥଯାତ୍ରୀ କେନ୍ଦ୍ର, ମୂଷାନଦୀର ସଂପ୍ରସାରଣ ଆଦି କାମ ଆରମ୍ଭ ହେବ । ସେହିପରି ଏକାମ୍ର କ୍ଷେତ୍ର ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ କାମ ମଧ୍ୟ ଆଜିଠାରୁ ଆରମ୍ଭ ହେବ । ଜମି ଅଧିଗ୍ରହଣ ସହ ଉନ୍ନତୀକରଣ କାର୍ଯ୍ୟ ଦୁଇ ତିନି ମାସ ଭିତରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । କାମ ସମୟରେ କୋଭିଡ-19 କଟକଣା ପାଳନ ଉପରେ ଗୁରୁତ୍ବ ଦିଆଯିବ । କରୋନା ପାଇଁ ଦୁଇମାସ ଧରି ଐତିହ୍ୟ ପ୍ରକଳ୍ପ କାମ ବନ୍ଦ ରହିଥିଲା । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଭୁବନେଶ୍ବର ଶ୍ରୀଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ କାମ ପୁଣି ଥରେ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।



from Prameya News7 https://ift.tt/2Am4VHf
ଆଜିଠୁ ପୁରୀ ଓ ଭୁବନେଶ୍ବରରେ ଐତିହ୍ୟ ପ୍ରକଳ୍ପ କାମ ଆରମ୍ଭ ଆଜିଠୁ ପୁରୀ ଓ ଭୁବନେଶ୍ବରରେ ଐତିହ୍ୟ ପ୍ରକଳ୍ପ କାମ ଆରମ୍ଭ Reviewed by SUBHENDU BARAL on May 28, 2020 Rating: 5

No comments:

Powered by Blogger.