ମେ’ ୩୧ରୁ ଜୁନ୍ ୪ ପର୍ଯ୍ୟନ୍ତ ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା: ୮ ଜିଲ୍ଲାରେ ପ୍ରବଳ ବର୍ଷା ସହ ଝଡତୋଫାନ ହେବାର ଆଶଙ୍କା

ଭୁବନେଶ୍ବର୨୮/୫: ଆସନ୍ତା ୩୧ରୁ ଜୁନ୍ ୪ ପର୍ଯ୍ୟନ୍ତ ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଜୁନ୍ ୧ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ସପ୍ତାହେ ଭିତରେ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି । ଏହା ଆଗରୁ ଅଧିକାଂଶ ଜିଲ୍ଲାରେ ଲାଗି ରହିଛି କାଳବୈଶାଖୀ ବର୍ଷା । ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ସହ ଝଡତୋଫାନ ଆଶଙ୍କା ରହିଛି ।

ବର୍ତ୍ତମାନ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। କିନ୍ତୁ  କାଳବୈଶାଖୀ ବର୍ଷା ଆରମ୍ଭ ହେବା ସହ ପରେ ପ୍ରାକ୍  ମୌସୁମୀ ବର୍ଷା ହେବାକୁ ଯାଉଛି। ଆସନ୍ତା ୩/୪ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ବଢ଼ିବନି। ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ରହିବ । ପରେ ଧୀରେ ଧୀରେ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର  ସୂଚନା ଦେଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟରେ ଜୁନ୍  ୨ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଲାଗି ରହିବ। ଏହି ସମୟରେ ପବନର ବେଗ ମଧ୍ୟ ୩୦ରୁ ୪୦କିମି ରହିବ। ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ । କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି ।



from Prameya News7 https://ift.tt/3degnTZ
ମେ’ ୩୧ରୁ ଜୁନ୍ ୪ ପର୍ଯ୍ୟନ୍ତ ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା: ୮ ଜିଲ୍ଲାରେ ପ୍ରବଳ ବର୍ଷା ସହ ଝଡତୋଫାନ ହେବାର ଆଶଙ୍କା ମେ’ ୩୧ରୁ ଜୁନ୍ ୪ ପର୍ଯ୍ୟନ୍ତ ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା: ୮ ଜିଲ୍ଲାରେ ପ୍ରବଳ ବର୍ଷା ସହ ଝଡତୋଫାନ ହେବାର ଆଶଙ୍କା Reviewed by SUBHENDU BARAL on May 28, 2020 Rating: 5

No comments:

Powered by Blogger.