ଆଜି ସାରା ଦେଶରେ ପାଳନ ହେବ ଇଦ୍ , ଇଦ୍‌ଗାହରେ ନୁହେଁ ଘରେ ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର ୨୫।୦୫:  ଆଜି ସାରାଦେଶରେ ପାଳନ ହେବ ଇଦ୍ । ଦେଶରେ କରୋନା ମହାମାରୀ ପାଇଁ ଲାଗୁ ହୋଇଥିବା କଟକଣାକୁ କଡାକଡି ପାଳନ ସହ ମସଜିଦ୍ ନ ଆସି ଘରେ ପ୍ରାର୍ଥନା କରିବାକୁ ମୁସଲମାନ ଭାଇଭଉଣୀଙ୍କୁ ଅନୁରୋଧ କରିଛନ୍ତି ସାହି ଇମ୍ମାମ । ଏହସହ ଇଦ୍  ପାଳନ ବେଳେ ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇଛି ।

କରମର୍ଦ୍ଦନ,ପରସ୍ପରକୁ ଆଲିଙ୍ଗନ ନ କରିବାକୁ ସରକାରଙ୍କ କଡା ନିର୍ଦ୍ଦେଶାବଳୀ ରହିଛି । ଭଦ୍ରକରେ ମଧ୍ୟ ନିରାଡମ୍ବର ଭାବେ ପାଳନ ହେବ ଇଦ୍ । ରାଜ୍ୟ ସରକରାଙ୍କ ପକ୍ଷରୁ ସମସ୍ତ ଧର୍ମାନୁଷ୍ଠାନଏବଂ ମସଜିଦ୍ ଗୁଡିକରେ ୧୪୪ ଧାରା ଜାରି ହୋଇଛି । ଇଦଗାହରେ ସମୂହ ନମାଜ ପାଠ ହେବନି । ମାତ୍ର ୫ ଇଦଗାହରେ ନମାଜ ପଢ଼ିପାରିବେ । ଜିଲ୍ଲା ପ୍ରଶାସନର ନିୟମମାନିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଚଉଦ ମହଲା ମୁସଲିମ ଜମାତର ସଭାପତି। ଶନିବାର ଚାନ୍ଦ ଦର୍ଶନ ହୋଇନଥିବା ଦିଲ୍ଲୀ ଜାମ୍ମା ମସ୍‌ଜିଦ୍‌ ସାହି ଇମାମ୍ ସଇଦ୍ ଅହମ୍ମଦ ବୁଖାରୀଙ୍କ ସୂଚନା ପରେ ଆଜି ଇଦ୍ ପାଳନ ହେବ।



from Prameya News7 https://ift.tt/2Tyk3YW
ଆଜି ସାରା ଦେଶରେ ପାଳନ ହେବ ଇଦ୍ , ଇଦ୍‌ଗାହରେ ନୁହେଁ ଘରେ ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଆଜି ସାରା ଦେଶରେ ପାଳନ ହେବ ଇଦ୍ , ଇଦ୍‌ଗାହରେ ନୁହେଁ ଘରେ ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ Reviewed by SUBHENDU BARAL on May 24, 2020 Rating: 5

No comments:

Powered by Blogger.