
କନକ ବ୍ୟୁରୋ : କରୋନା ଭାଇରସ୍କୁ ନେଇ ଏବେ ସମଗ୍ର ବିଶ୍ବ ଆତଙ୍କିତ । ବିଶ୍ବବ୍ୟାପୀ ୮୫ଟି ଦେଶକୁ ଏହି ଭାଇରସ୍ ବ୍ୟାପି ଯାଇଥିବା ବେଳେ ଏ ପର୍ଯ୍ୟନ୍ତ ଏହାର ମୁକାବିଲା ପାଇଁ ଔଷଧ, ଇଂଜେକ୍ସନ ବାହାରିବା ସମ୍ଭବ ହୋଇନାହିଁ। ୯୫,୫୧୨ ଜଣ ଏବେ ଭାଇରସ୍ ଆକ୍ରାନ୍ତ ହୋଇଥିବା ବେଳେ ୩,୩୦୦ରୁ ଅଧିକ ଲୋକ ଏଥିରେ ପ୍ରାଣ ହରାଇଛନ୍ତି। ଆମେରିକାରେ ୧୬୧ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି ଏବଂ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ନ୍ୟୁୟର୍କରେ ୧୦୦୦ ବାସିନ୍ଦାଙ୍କୁ ହୋମ୍ କ୍ବାରେଣ୍ଟାଇନ୍ରେ ରହିବାକୁ କୁହାଯାଇଛି। ତେବେ ୟୁରୋପୀୟ ରାଷ୍ଟ୍ର ଇଟାଲି କରୋନା ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି।
ଇଟାଲିରେ କରୋନା ଯୋଗୁଁ ୧୦୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ସ୍ପେନ୍, ଜର୍ମାନୀ ଏବଂ ଆଇସଲାଣ୍ଡ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଜର୍ମାନୀରେ ୨୪ ଘଣ୍ଟା ମଧ୍ୟରେ ୧୦୯ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ଏଥିସହ ଦେଶରେ ସମୁଦାୟ ୩୪୯ଟି ମାମଲା ସ୍ପଷ୍ଟ ହୋଇଛି। ସ୍ପେନ୍ରେ ୨୧୯ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଆଇସଲାଣ୍ଡ୍ରେ ୨୬ ଜଣ ଆକ୍ରାନ୍ତ ହୋଇଛନ୍ତି। ଆଇସଲାଣ୍ଡ୍ରେ ପ୍ରାୟ ୩୮୦ ଜଣ କ୍ବାରେଣ୍ଟାଇନ୍ରେ ଅଛନ୍ତି। ଦିକ୍ଷଣ ଆଫ୍ରିକାରେ ପ୍ରଥମ କରୋନା ମାମଲା ସ୍ପଷ୍ଟ ହୋଇଛି। ଇଟାଲିରୁ ଫେରିଥିବା ଜଣେ ନାଗରିକ କରୋନା ଆକ୍ରାନ୍ତ ହୋଇଛନ୍ତି। ସ୍ବିଜରଲାଣ୍ଡ୍ରେ କରୋନା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି।
ଦକ୍ଷିଣ କୋରିଆରେ ଆକ୍ରାନ୍ତଙ୍କ ସଂଖ୍ୟା ୫,୭୦୦ ଟପିଥିବାବେଳେ କରୋନା ଯୋଗୁଁ ୩୯ ଜଣଙ୍କ ମୃତ୍ୟୁ ହୋଇଛି। ଇରାନ୍ରେ କରୋନା ଯୋଗୁଁ ଆଜି ପୁଣି ୧୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ମୃତ୍ୟୁସଂଖ୍ୟା ୧୦୭ରେ ପହଞ୍ଚିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୧୩ ରହିଛି। ଥାଇଲାଣ୍ଡ୍ରେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଛି। ଏଥିପାଇଁ ଥାଇଲାଣ୍ଡ୍କୁ ବିଦେଶ ରାଷ୍ଟ୍ରରୁ ଆସିଥିବା ସମସ୍ତ ପ୍ୟାକେଜ୍କୁ ଏବେ ସଂକ୍ରମଣମୁକ୍ତ କରିବାପାଇଁ ପ୍ରୟାସ ଜାରି ରହିଛି। ସେପଟେ ଇରାକ୍ରେ ପୁଣି ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି ପାଇଛି। ଦୁବାଇରେ କରୋନା ପାଇଁ ସମସ୍ତ କ୍ରୀଡ଼ା କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।
from Kanak News https://ift.tt/2TNsjns https://ift.tt/32DkTa4
No comments: