ପ୍ରବଳ ବର୍ଷା ପରେ ଦିଲ୍ଲୀରେ ବଦଳିଲା ପାଗ ! କରୋନା ଭୂତାଣୁ ବ୍ୟାପିବା ଆଶଙ୍କା Kanak News

କନକ ବ୍ୟୁରୋ : ଦିଲ୍ଲୀରେ ବର୍ଷା, ପବନ ଯୋଗୁଁ ପାଗ ଅତ୍ୟନ୍ତ କୋହଲା ରହିଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୨୦ ଦିନ ପର୍ଯ୍ୟନ୍ତ ଦିଲ୍ଲୀରେ ଥଣ୍ଡା ଲାଗି ରହିବ। କିନ୍ତୁ ଦିଲ୍ଲୀର ଏହ ଥଣ୍ଡା ପାଗ ଏବେ ଚିନ୍ତା ବଢ଼ାଇଲାଣି। ଥଣ୍ଡା ପାଗ କରୋନା ପାଇଁ ଅନୁକୂଳ ହେବ ଏବଂ ଏହାଦ୍ବାରା ଭାଇରସ୍‌ ବ୍ୟାପିବ ବୋଲି କୁହାଯାଉଛି। ପାଣିପାଗର କରୋନା ସହ କିଛି ସଂପର୍କ ନାହିଁ ବୋଲି କିଛି ଡାକ୍ତର ଦାବି କରୁଥିଲେ ମଧ୍ୟ ଅନ୍ୟ କିଛି ସ୍ବାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି, ଦିଲ୍ଲୀ ଏବଂ ଏନ୍‌ସିଆରରେ ବର୍ତ୍ତମାନର ଥଣ୍ଡା ପାଗ କରୋନା ବ୍ୟାପିବା ପାଇଁ ରାସ୍ତା ଖୋଲିଦେବ। ଦିଲ୍ଲୀରେ ତାପମାତ୍ରା ଖୁବ୍‌ ଶୀଘ୍ର ବଢ଼ିବାର ନାହିଁ।

ତେଣୁ ଅନ୍ୟ ଥଣ୍ଡା ଦେଶଗୁଡ଼ିକରେ କରୋନା ଯୋଗୁଁ ମୃତ୍ୟୁ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ଯେଭଳି ବଢ଼ିଛି ତାହା ଦେଖିଲେ ଜଣାପଡ଼ୁଛି ଯେ, କରୋନା ମୁକାବିଲା କରିବା କଷ୍ଟଦାୟକ ହେବ। ଭାଇରସ୍‌ ନିୟନ୍ତ୍ରଣ ଦିଗରେ ପରିବେଶ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। କରୋନା ଭାଇରସ୍ କମ୍‌ ତାପମାତ୍ରାରେ ଦ୍ରୁତ ଗତିରେ ବ୍ୟାପୁଛି ବୋଲି କୁହାଯାଉଛି। ତେବେ ଭାଇରସ୍‌ ପାଇଁ ଦୁଇଟି ଜିନିଷ ଅନୁକୂଳ ନୁହେଁ। ଗୋଟିଏ ହେଉଛି ସୂର୍ଯ୍ୟାଲୋକ ଏବଂ ଅନ୍ୟଟି ୨୬-୨୭ ଡିଗ୍ରି ସେଲ୍‌ସିୟସରୁ ଅଧିକ ତାପମାତ୍ରା। ଦକ୍ଷିଣ ଭାରତରେ ଏବେ ତାପମାତ୍ରା ପ୍ରାୟ ୨୫-୩୨ ଡିଗ୍ରି ରହୁଥିବାରୁ ସେଠାରେ ଭୟ ନାହିଁ। ଅଧିକ ଖରାହେଲେ ଭାଇରସ୍‌ ବେଶୀ ଦିନ ରହିବ ନାହିଁ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ କମ୍‌ ଥଣ୍ଡା ଅନୁଭୂତ ହେଉଥିବା ଅଞ୍ଚଳରେ ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ରହୁଛି।



from Kanak News https://ift.tt/38uei36 https://ift.tt/38uVtgj
ପ୍ରବଳ ବର୍ଷା ପରେ ଦିଲ୍ଲୀରେ ବଦଳିଲା ପାଗ ! କରୋନା ଭୂତାଣୁ ବ୍ୟାପିବା ଆଶଙ୍କା Kanak News ପ୍ରବଳ ବର୍ଷା ପରେ ଦିଲ୍ଲୀରେ ବଦଳିଲା ପାଗ ! କରୋନା ଭୂତାଣୁ ବ୍ୟାପିବା ଆଶଙ୍କା Kanak News Reviewed by SUBHENDU BARAL on March 06, 2020 Rating: 5

No comments:

Powered by Blogger.