ସାରା ଦେଶରେ କରୋନାର କୋକୁଆ ଭୟ । ସେପଟେ ଭିମସାରରେ ଥିବା ଦୁଇ ଜଣଙ୍କ ରକ୍ତ ନମୁନା ରିପୋର୍ଟ ନେଗେଟିଭ୍ Kanak News

କନକ ବ୍ୟୁରୋ : ଭିମସାରରେ ଭର୍ତି ହେଇଥିବା ୨କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ପରୀକ୍ଷଣ ପରେ ନେଗେଟିଭ୍ ଆସିଥିବା ସୂଚନା ମିଳିଛି । ଭିମସାରର ଛାତି ଓ ସଂକ୍ରମଣ ରୋଗ ବିଭାଗରେ ଖୋଲାଯାଇଥିବା କରୋନା ନୋଡାଲ ସେଂଟରରେ ସୋନପୁର ଅଂଚଳର ଜଣେ ବ୍ୟବସାୟୀ ଦୁବାଇରୁ ଫେରିବା ପରେ ତାଙ୍କୁ ଜ୍ୱର ଏବଂ ଥଣ୍ଡାକାଶ ହେବା ସହିତ କରୋନା ଭାଇରସର ଲକ୍ଷଣ ଦେଖାଦେବାରୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ବୁର୍ଲା ଭିମସାରକୁ ଗତ ୩ତାରିଖ ରାତିରେ ଭର୍ତି ହୋଇଥିଲେ ।

ଆଇସୋଲେସନ ବିଭାଗରେ କରୋନା ନୋଡାଲ ସେଂଟରର ଡାକ୍ତରଙ୍କ କଡା ପର୍ଯ୍ୟବେକ୍ଷଣରେ ରହିଥିବାବେଳେ ଗତ ୪ତାରିଖ ଦିନ ରୋଗୀର ସ୍ୱାବ୍ ଏବଂ ରକ୍ତନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ଲାବରୋଟୋରୀ ଏବଂ ଭାଇରୋଲୋଜି ୟୁନିଟ୍ କୋଲକାତାକୁ ପରୀକ୍ଷଣ ପାଇଁ ପଠାଯାଇଥିଲା । ସେଠାରୁ ଶୁକ୍ରବାର ଆସିଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ଦୁଇଟି ରକ୍ତ ନମୁନା କରୋନା ନେଗେଟିଭ ।



from Kanak News https://ift.tt/39xpfCl https://ift.tt/2UGpBlo
ସାରା ଦେଶରେ କରୋନାର କୋକୁଆ ଭୟ । ସେପଟେ ଭିମସାରରେ ଥିବା ଦୁଇ ଜଣଙ୍କ ରକ୍ତ ନମୁନା ରିପୋର୍ଟ ନେଗେଟିଭ୍ Kanak News ସାରା ଦେଶରେ କରୋନାର କୋକୁଆ ଭୟ । ସେପଟେ ଭିମସାରରେ ଥିବା ଦୁଇ ଜଣଙ୍କ ରକ୍ତ ନମୁନା ରିପୋର୍ଟ ନେଗେଟିଭ୍ Kanak News Reviewed by SUBHENDU BARAL on March 06, 2020 Rating: 5

No comments:

Powered by Blogger.