ସୋର ୮।୩: ବାଲେଶ୍ବର ଜିଲ୍ଲା ଖଇରାରେ କରୋନା ସନ୍ଦିଗ୍ଧ । ଚୀନ ଫେରିଛନ୍ତି ଇଂଜିନିୟରିଂ ଛାତ୍ର । ସେ ଗତ ୧୦ ଦିନ ତଳେ ଚୀନ୍ ରୁ ଘରକୁ ଫେରିଛନ୍ତି । ତାଙ୍କୁ ଥଣ୍ଡା ଜ୍ବର ଛାଡୁନି । ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚିକିତ୍ସିତ ହୋଇ ଫେରିବା ପରେ ଡାକ୍ତରଙ୍କ ପରାମର୍ଶ ପରେ ଘରକୁ ରହିଛନ୍ତି ।
ଅନ୍ୟପଟେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଅନେକ ନିଷ୍ପତ୍ତି ନିଆଯାଇଛି । ମନ୍ତ୍ରୀ ଓ ସରକାରୀ ଅଫିସରଙ୍କ ବିଦେଶଗସ୍ତ ଉପରେ କଟକଣା ଲଗାଇଛନ୍ତି ସରକାର । ସେହିପରି ଜିଲ୍ଲାସ୍ତରରେ ପ୍ରତିଦିନ ଜିଲ୍ଲାପାଳ ସ୍ଥିତି ସମୀକ୍ଷା କରିବେ । ସଚେତନତା ସୃଷ୍ଟି କରିବା ପାଇଁ ସହରର ପ୍ରମୁଖ ସ୍ଥାନରେ ହୋର୍ଡିଂ ଓ ବ୍ୟାନର ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଭାରତରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଛୁଇଁଛି ।ଏହି ଘାତକ ଭାଇରସ୍ ୯୩ ଟି ଦେଶରେ ଆତଙ୍କ ଖେଳାଇଛି ।
କରୋନା ଭାଇରସର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସତର୍କତାମୂଳକ ପଦକ୍ଷେପ । କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି । କରୋନା ମୁକାବିଲା ପାଇଁ ଜିଲ୍ଲାସ୍ତରରେ ପ୍ରତିଦିନ ଜିଲ୍ଲାପାଳ ଓ ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବ ପ୍ରତିଦିନ କରୋନା ସ୍ଥିତି ସମୀକ୍ଷା କରିବେ । ୯ ମାସ ପାଇଁ ପର୍ଯ୍ୟାପ୍ତ ପରିମାଣର ମାସ୍କ ଏବଂ ଆବଶ୍ୟକ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚାୟତ ସ୍ତରରେ ଗ୍ରାମସଭା ମାଧ୍ୟମରେ ସଚେତନତା ଶିବିର ଆୟୋଜନ କରାଯିବାକୁ ସ୍ଥିର ହୋଇଛି ।
ସରକାରୀ ଅଫିସରେ ବାୟୋମେଟ୍ରିକ ଉପସ୍ଥାପନକୁ କୋହଳ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସଚେତନତା ସୃଷ୍ଟି କରିବା ପାଇଁ ସହରର ପ୍ରୂମୁଖ ସ୍ଥାନରେ ହୋର୍ଡିଂ ଓ ବ୍ୟାନର ମାରିବାକୁ କୁହାଯାଇଛି । ସ୍କୁଲରେ ଚଟାଣ, ଚେୟାର, ଟେବୁଲ ଏବଂ ଡୋର ହ୍ୟାଣ୍ଡେଲକୁ ବିଶୋଧନ କରିବାକୁ ନିର୍ଦ୍ଦେଶ ରହିଛି । ଦେହ ଖରାପ ଥିବାଛାତ୍ରଛାତ୍ରୀଙ୍କୁ ସ୍କୁଲ ନଆସିବାକୁ ପରାମର୍ଶ ଦେବାକୁ ସ୍କୁଲ ମାନଙ୍କୁ କୁହାଯାଇଛି । ସେହିଭଳି ପ୍ରତିଦିନ ଯାତ୍ରୀବାହୀ ବସ୍କୁ ସାନିଟାଇଜ୍ କରିବାକୁ ବି ନିଷ୍ପତ୍ତି ହୋଇଛି । ମନ୍ତ୍ରୀ ଓ ସରକାରୀ ଅଫିସରଙ୍କ ବିଦେଶଗସ୍ତ ଉପରେ କଟକଣା ଲାଗିଛି ।
from Prameya News7 https://ift.tt/2xlltOj
No comments: