ନୂଆଦିଲ୍ଲୀ: ଚୀନ୍ରେ ଚିନ୍ତା ବଢାଇଛି କରୋନା ଭାଇରସ୍ । ବର୍ତ୍ତମାନ ସୁଦ୍ଧା ଚୀନ୍ରେ କରୋନାରେ ୪୨୫ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ରବିବାର ଗୋଟିଏ ଦିନରେ ୬୪ଜଣଙ୍କ ମୃତ୍ୟୁ ଘଟିଥିଲା। ଏ ଯାଏ ୨୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେବାପରେ ସାରା ଚୀନବାସୀଙ୍କ ନିଦ ହଜିଯାଇଛି। ଭାରତ ସମେତ ୨୫ରୁ ଅଧିକ ଦେଶକୁ ଡେଇଁଲାଣି ଏହି ଭୂତାଣ॥ କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ପରିସ୍ଥିତିକୁ ଦେଖି ମୁକାବିଲା ପାଇଁ ଗୃହ, ବେସାମରିକ ବିମାନ ଚଳାଚଳ ଏବଂ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀଙ୍କୁ ନେଇ ଟାସ୍କଫୋର୍ସ ଗଠନ କରାଯାଇଛି।
କେରଳରେ ୩ ଜଣ କରୋନା ଆକ୍ରାନ୍ତ ହେବା ଜଣା ପଡ଼ିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ଏହକୁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। ଯେଉଁ ତିନିଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ସମସ୍ତେ ଚୀନ୍ରୁ ଫେରିଥିବା ଜଣାଯାଇଛି।
ତେବେ ଏହି ରୋଗକୁ ନେଇ ଭୟ କରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ସ୍ଥ୍ୟାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା। ସଂକ୍ରମଣରୁ ବର୍ତ୍ତିବା ପାଇଁ ରାଜ୍ୟ ସରକାର ସବୁପ୍ରକାର ବ୍ୟବସ୍ଥା କରିଛନ୍ତି ବୋଲି ସେ ରାଜ୍ୟବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି।
ଓଡ଼ିଶାରେ ଏବେ ସୁଦ୍ଧା ୫ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଗଲାଣି। ଅବଶ୍ୟ ୪ଟି ରିପୋର୍ଟ ନେଗେଟିଭ୍ ଆସିଥିବାବେଳେ ରବିବାର ଏସ୍ସିବିରେ ଭର୍ତ୍ତି ହୋଇଥିବା ଜଣେ ସନ୍ଦିଗ୍ଧଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି।
from OTV Khabar. https://ift.tt/36VzheD
No comments: