ଧୋକା ଦେଲା ସାଇକେଲ, ଶୁଣିଲେନି ସୁପରିନଟେଣ୍ଡେଣ୍ଟ । ଅଧ ଘଣ୍ଟା ବିଳମ୍ବ ପାଇଁ ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ଛାତ୍ର । Kanak News

କନକ ବ୍ୟୁରୋ : ସାମାନ୍ୟ ବିଳମ୍ବ ହେବାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ଜଣେ ଛାତ୍ର। ସୂଚନା ଅନୁସାରେ, ବୁଧବାର ଗଣିତ ପରୀକ୍ଷା ଥିଲା। ଏଥିପାଇଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଅମରପାଲି ଉଚ୍ଚ ବିଦ୍ୟାଳୟର ଛାତ୍ର ଜିତୁ କର୍ମୀ ଲୁତୁରପଙ୍କ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷା ଦେବା ପାଇଁ ଏକ ସାଇକଲରେ ବାହାରିଥିଲେ। କିନ୍ତୁ ରାସ୍ତା ଖରାପ ଯୋଗୁଁ ବାଟରେ ସାଇକଲ ଚକ ଫାଟି ଯାଇଥିଲା। ଫଳରେ ପରୀକ୍ଷା କେନ୍ଦ୍ରରେ କିଛି ସମୟ ବିଳମ୍ବରେ ପହଞ୍ଚିଥିଲେ। ହେଲେ ପରୀକ୍ଷା କେନ୍ଦ୍ର ଦାୟିତ୍ବରେ ଥିବା ସୁପରିନଟେଣ୍ଡେଣ୍ଟ ଜିତୁକୁ ପରୀକ୍ଷା ଦେବା ପାଇଁ ଅନୁମତି ଦେଇ ନଥିଲେ। ଓଲଟି ଅଧଘଣ୍ଟା ବିଳମ୍ବରେ ଆସିଥିବା ଦର୍ଶାଇ ଏକ ଲେଖାରେ ଜିତୁଙ୍କର ଦସ୍ତଖତ କରି ନେଇଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଛାତ୍ର।

ସାମାନ୍ୟ ବିଳମ୍ବ ଯୋଗୁଁ ଜଣେ ଛାତ୍ରର ଭବିଷ୍ୟତ ପ୍ରତି ଖେଳାଯାଇଥିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯା‌ଇ ସମ୍ପୃକ୍ତ ଛାତ୍ରଙ୍କୁ ନ୍ୟାୟ ପ୍ରଦାନ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି। ତେବେ ଏ ସଂପର୍କରେ ପ୍ରତିକ୍ରିୟା ରଖି ପରୀକ୍ଷାକେନ୍ଦ୍ରର ସୁପରିନ‌ଟେଣ୍ଡେଣ୍ଟ ସିଦେ୍ଧଶ୍ୱର ଖମାରୀ କହିଛନ୍ତି ଯେ ଛାତ୍ର ଜଣକ ୫୦ ମିନିଟ୍ ବିଳମ୍ବରେ କେନ୍ଦ୍ରରେ ପହଞ୍ଚିଥିଲେ। ତେଣୁ ଏ ନେଇ ଆମେ ପର୍ଯ୍ୟବେକ୍ଷକ ଓ ଡିଇଓଙ୍କ ସହ ଯୋଗାଯୋଗ କରିଥିଲୁ ଏବଂ ସେମାନଙ୍କ ପରାମର୍ଶ ଅନୁଯାୟୀ ଛାତ୍ରଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯାଇ ନ ଥିଲା।



from Kanak News https://ift.tt/2wLHxBf https://ift.tt/2Prkhzd
ଧୋକା ଦେଲା ସାଇକେଲ, ଶୁଣିଲେନି ସୁପରିନଟେଣ୍ଡେଣ୍ଟ । ଅଧ ଘଣ୍ଟା ବିଳମ୍ବ ପାଇଁ ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ଛାତ୍ର । Kanak News ଧୋକା ଦେଲା ସାଇକେଲ, ଶୁଣିଲେନି ସୁପରିନଟେଣ୍ଡେଣ୍ଟ । ଅଧ ଘଣ୍ଟା ବିଳମ୍ବ ପାଇଁ ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ଛାତ୍ର । Kanak News Reviewed by SUBHENDU BARAL on February 26, 2020 Rating: 5

No comments:

Powered by Blogger.