ବର୍ଷା ଛାଡିଲା, କୁହୁଡି ବଢିବ । ୨୯ ତାରିଖ ପର୍ଯ୍ୟନ୍ତ ଜାରି ହେଲା ୟେଲୋ ୱାର୍ଣ୍ଣିଂ Kanak News

ଦୁଇ ଦିନ ଧରି ରାଜ୍ୟରେ ଲାଗିରହିଥିବା‌ ଝଡ଼ବର୍ଷା ଆଜି କମିଛି। ସକାଳଠାରୁ ରାଜ୍ୟର କୌଣସି ଅଞ୍ଚଳରେ ବର୍ଷା ହୋଇ ନ ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅବଶ୍ୟ କେତକ ସ୍ଥାନରେ କୋହଲା ପାଗ ଲାଗି ରହିଥିବାରୁ ଥଣ୍ଡା ଅନୁଭୂତ ହେଉଛି । ଗୁରୁବାର ଠାରୁ ପାଗ ସ୍ୱାଭାବିକହେବା ସହ ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଲାଗିରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ପାଣିପାଗ କେନ୍ଦ୍ରର ଆକଳନ ହେଉଛି ଯେ ଗୁରୁବାର ଉତ୍ତର ଉପକୂଳ ଓଡ଼ିଶା ସମେତ ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଖୋର୍ଧା, ପୁରୀ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଓ ଝାରସୁଗୁଡ଼ାରେ ଘନ କୁହୁଡ଼ି ହେବ। ସ୍ଥାନେ ସ୍ଥାନେ ୨୦୦ ମିଟର ପରେ ରାସ୍ତା ଦେଖାଯାଇ ନପାରେ। ୨୮ ତାରିଖ ଦିନ ଉପକୂଳ ଓଡ଼ିଶା ସମେତ କନ୍ଧମାଳ ଓ କଳାହାଣ୍ଡି ଏବଂ ୨୯ ତାରିଖ ଭୋର ସମୟରେ କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀରରେ ଘନ କୁହୁଡ଼ି ହେବ। ଏହାପରେ ପାଗରେ ପରିବର୍ତନ ହେବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାତିର ତାପମାତ୍ରା ୧ରୁ ୩ ଡିଗ୍ରି ପର୍ୟ୍ୟନ୍ତ ହ୍ରାସ ପାଇବ। ଏହାପରେ‌ ସେଭଳି କୌଣସି ପରିବର୍ତନ ହେବନି। ଗୁରୁବାର ଦିନର ସ୍ୱାଭାବିକ ତାପମାତ୍ରା ୨ରୁ ୪ ଡିଗ୍ରି କମ୍‌ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।



from Kanak News https://ift.tt/2T2uFQ5 https://ift.tt/32zJKeX
ବର୍ଷା ଛାଡିଲା, କୁହୁଡି ବଢିବ । ୨୯ ତାରିଖ ପର୍ଯ୍ୟନ୍ତ ଜାରି ହେଲା ୟେଲୋ ୱାର୍ଣ୍ଣିଂ Kanak News ବର୍ଷା ଛାଡିଲା, କୁହୁଡି ବଢିବ । ୨୯ ତାରିଖ ପର୍ଯ୍ୟନ୍ତ ଜାରି ହେଲା ୟେଲୋ ୱାର୍ଣ୍ଣିଂ Kanak News Reviewed by SUBHENDU BARAL on February 26, 2020 Rating: 5

No comments:

Powered by Blogger.