କାଲି ବାହାଘର, ହେଲେ ତା’ପୂର୍ବରୁ ଖାଇଲେ ବ୍ଲେଡ୍‌ ମାଡ଼ OTV KHABAR BUREAU

ନୀଳଗିରି: କାଲି ବାହାଘର, ହେଲେ ତା’ପୂର୍ବରୁ ଖାଇଲେ ବ୍ଲେଡ୍‌ ମାଡ଼। ଏପରି କିଛି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ। ଯାହା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିବାହ ପାଇଁ ନିମନ୍ତ୍ରଣ କାର୍ଡ ଦେଇ ଘରକୁ ଫେରିବା ବାଟରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ନିଧୂର୍ମ ମାଡ଼ ମାରିଛନ୍ତି।

ସୂଚନା ଅନୁସାରେ, ନୀଳଗିରି ଅଞ୍ଚଳର ମନୋଜ ବେହେରା ନାମକ ଜଣେ ଯୁବକ ଗତକାଲି ରାତି ପ୍ରାୟ ୧୧ଟା ସମୟରେ କାଳୀଝାଟି ଅଞ୍ଚଳକୁ ନିଜ ବିବାହ ନିମନ୍ତ୍ରଣ କାର୍ଡ ଦେବାକୁ ଯାଇଥିଲେ। ସେଠାରୁ ବିବାହ କାର୍ଡ ଦେଇ ଘରକୁ ଫେରିବା ବାଟରେ ତିନିକୋଶିଆ ଜଙ୍ଗଲ ରାସ୍ତାରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ  ଅଟକାଇ ଥିଲେ। ଏହାପରେ ତାଙ୍କୁ ନିର୍ଧୂମ ପିଟିବା ସହ ବ୍ଲେଡ୍‌ରେ ଆକ୍ରମଣ ମଧ୍ୟ କରିଥିଲେ। ସମ୍ପୃକ୍ତ ଝିଅକୁ ବିବାହ ନ କରିବାକୁ ଦୁର୍ବୃତ୍ତମାନେ ମନୋଜଙ୍କୁ ଧମକ ଦେବାସହ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଦୁର୍ବୃତ୍ତମାନେ ମନୋଜଙ୍କ ନିକଟରୁ ୫ହଜାର ଟଙ୍କା ନେଇଯାଇଥିବା ଜଣାପଡ଼ିଛି।

ଗୁରୁତର ଅବସ୍ଥାରେ ମନୋଜଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ପରେ ତାଙ୍କୁ ଛାଡ଼ି ଦିଆଯାଇଛି।

ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ନୀଳିଗିରି ଥାନାରେ ଅଭିଯୋଗ ହେବାପରେ ପୁଲିସ୍ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

ପ୍ରେମ ବ୍ୟାପରକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।

ସୂଚନାଥାଉ କି, ଆସନ୍ତାକାଲି ମନୋଜଙ୍କ ବାହାଘର। ହେଲେ ତା’ପୂର୍ବରୁ ତାଙ୍କ ସହ ଏଭଳି ଅଘଟଣ ଘଟିବା ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।



from OTV Khabar. https://ift.tt/2ttO16G
କାଲି ବାହାଘର, ହେଲେ ତା’ପୂର୍ବରୁ ଖାଇଲେ ବ୍ଲେଡ୍‌ ମାଡ଼ OTV KHABAR BUREAU କାଲି ବାହାଘର, ହେଲେ ତା’ପୂର୍ବରୁ ଖାଇଲେ ବ୍ଲେଡ୍‌ ମାଡ଼ OTV KHABAR BUREAU Reviewed by SUBHENDU BARAL on January 17, 2020 Rating: 5

No comments:

Powered by Blogger.