ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ବେଳେ ବେଟିଂ କାରବାର OTV KHABAR BUREAU

ଜଳେଶ୍ୱର: ସେପଟେ ଚାଲିଥିଲା ମ୍ୟାଚ୍‌, ଆଉ ଏପଟେ ହେଉଥିଲା ବେଟିଂ କାରବାର। ଗତକାଲି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ମ୍ୟାଚ୍ ଚାଲିଥିବା ବେଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ବେଟିଂ କାରବାର ଚାଲିଥିବା ନେଇ ଜଳେଶ୍ୱର ପୁଲିସ୍‌କୁ ଖବର ମିଳିଥିଲା।

ଖବର ପାଇ ପୁଲିସ୍‌ ଜଳେଶ୍ୱର ଗ୍ୟାରେଜ ବଜାରରେ ଚଢ଼ାଉ କରି ବେଟିଂ କାରବାର ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ରାସପୁର ଅଞ୍ଚଳର ଶେଖ୍ ଅମିରୁଦ୍ଦିନ। ତା’ଙ୍କ ନିକଟରୁ ୧ ଲକ୍ଷ ୩୦ ହଜାର ଟଙ୍କା ଓ ମୋବାଇଲ୍‌ ଜବତ କରିଛି ପୁଲିସ୍‌।

ସବୁଠାରୁ ବଡ଼ କଥା ଏହି ବେଟିଂ କାରବାର ଏକ ଅଭିନବ ଢଙ୍ଗରେ ଚାଲିଥିଲା। ଅର୍ଥାତ୍‌ ଫୋନ୍‌ ପେ’ ଜରିଆରେ ବେଟିଂ କାରବାର ଚାଲିଥିଲା। ଆଉ ଅମିରୁଦ୍ଦିନଙ୍କ ଫୋନ୍‌ ପେ’ ଆକାଉଣ୍ଟକୁ ଟଙ୍କା ସବୁ ଆସୁଥିଲା।

ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍‌ ଉଦ୍ୟମ ଚଳାଇଛି।



from OTV Khabar. https://ift.tt/2uewT4Y
ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ବେଳେ ବେଟିଂ କାରବାର OTV KHABAR BUREAU ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ବେଳେ ବେଟିଂ କାରବାର OTV KHABAR BUREAU Reviewed by SUBHENDU BARAL on January 19, 2020 Rating: 5

No comments:

Powered by Blogger.