କଂଗ୍ରେସରେ ଯୋଗଦେବା ନେଇ ଏମିତି କହିଲେ ନିର୍ଭୟାଙ୍କ ମା’ OTV KHABAR BUREAU

ନୂଆଦିଲ୍ଲୀ: ନିର୍ଭୟାଙ୍କ ମା’ ଆଶା ଦେବୀ ନିର୍ବାଚନ ଲଢ଼ିବା ନେଇ ଯେଉଁ ଚର୍ଚ୍ଚା ଜୋର ଧରିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କଂଗ୍ରେସ ଦଳରେ ସାମିଲ ହୋଇ ଆସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନରେ ସେ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ହେଲେ ଶୁକ୍ରବାର ଦିନ ପୂରା ଘଟଣା ଉପରୁ ପରଦା ହଟିଛି। ରାଜନୀତି ତାଙ୍କର କୌଣସି ଇଚ୍ଛା ନାହିଁ ବୋଲି ସେ(ନିର୍ଭୟାଙ୍କ ମା’) ସ୍ପଷ୍ଟ ଭାବରେ କହିଛନ୍ତି।

କଂଗ୍ରେସରେ ଯୋଗଦେବା ନେଇ ଏକ ପ୍ରଶ୍ନର ଉତ୍ତର ରଖି ଆଶା ଦେବୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘ମୋର ଏସବୁ ଜିନିଷ ପ୍ରତି କୌଣସି ଇଚ୍ଛା ନାହିଁ। ମୋ ଝିଅ ଓ ଦେଶର ଝିଅମାନଙ୍କୁ ନ୍ୟାୟ ଦେବା ପାଇଁ ମୁଁ ଲଢ଼େଇ କରୁଛି। ଚାରି ଜଣ ଦୋଷୀଙ୍କୁ ଫାଶୀ ହେଉ ଏହା ମୁଁ ଚାହୁଁଛି।’

ସେ ଆହୁରି କହିଛନ୍ତି, ‘ରାଜନୀତି ସହ ମୋର କୌଣସି ସମ୍ପର୍କ ନାହିଁ’।

ତେବେ ଆଶା ଦେବୀ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ସେତେବେଳେ ଜୋର ଧରିଥିଲା ଯେତେବେଳେ ରାଜନେତା କୀର୍ତ୍ତି ଆଜାଦ୍‌ ଏକ ଟ୍ୱିଟ୍‌ ଶେଆର କରିଥିଲେ। ସେ ଏହି ଟ୍ୱିଟ୍‌ରେ ଲେଖିଥିଲେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବିପକ୍ଷରେ କଂଗ୍ରେସ ଟିକେଟ୍‌ରେ ଆଶା ଦେବୀ ନିର୍ବାଚନ ଲଢ଼ିପାରନ୍ତି।’

ଆଶା ଦେବୀ ନିର୍ବାଚନ ଲଢ଼ିବା ନେଇ ତାଙ୍କ ସ୍ୱାମୀ ତଥା ନିର୍ଭୟାଙ୍କ ବାପା ମଧ୍ୟ ଏହା ମିଛ ଖବର ବୋଲି କହିଛନ୍ତି। ରାଜନୀତିରେ ଯୋଗଦେବା ପାଇଁ ତାଙ୍କ ପରିବାର ଇଚ୍ଛୁକ ନୁହେଁ ବୋଲି ସେ କହିଛନ୍ତି।

ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଫେବୃଆରୀ ୧୧ରେ ଭୋଟ୍ ଗଣତି ହେବ।

ଅନ୍ୟପକ୍ଷରେ, ନିର୍ଭୟା ଦୋଷୀ ମୁକେଶ ସିଂର ରାଜକ୍ଷମା ଆବଦନ ରାଷ୍ଟ୍ରପତି ଖାରଜ କରିଦେବା ପରେ ପୁଣି ଥରେ ଫାଶୀ ତାରିଖ ଧାର୍ଯ୍ୟ କରିଛନ୍ତି ପଟିଆଲା ହାଉସ୍‌ କୋର୍ଟ। ଫେବୃଆରୀ ୧ ତାରିଖ ସକାଳ ୬ଟାରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି କହିଛନ୍ତି କୋର୍ଟ। ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଜାନୁଆରୀ ୨୨ ତାରିଖରେ ଫାଶି ଦେବାକୁ ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ୪ ଜଣଙ୍କ ମଧ୍ୟରୁ ମୁକେଶ ରାଜକ୍ଷମା ଆବେଦନ କରିବା ପରେ ଏହି ତାରିଖକୁ ଘୁଞ୍ଚାଇ ଦିଆ ଯାଇଥିଲା।



from OTV Khabar. https://ift.tt/30u8Gne
କଂଗ୍ରେସରେ ଯୋଗଦେବା ନେଇ ଏମିତି କହିଲେ ନିର୍ଭୟାଙ୍କ ମା’ OTV KHABAR BUREAU କଂଗ୍ରେସରେ ଯୋଗଦେବା ନେଇ ଏମିତି କହିଲେ ନିର୍ଭୟାଙ୍କ ମା’ OTV KHABAR BUREAU Reviewed by SUBHENDU BARAL on January 17, 2020 Rating: 5

No comments:

Powered by Blogger.