ଟ୍ରକ୍ ଧକ୍କାରେ ୬ଫୁଟ ଖାଇକୁ ଖସିଲା ବୋଲେରୋ, ୫ ଗୁରୁତର

ଜଳେଶ୍ବର ୧୮।୧: ଟ୍ରକ୍ ଧକ୍କାରେ ୬ ଫୁଟ ଖାଇକୁ ଖସିଲା ବାଲେରୋ । ବାଲେଶ୍ବର ଜିଲ୍ଲା ଜଳେଶ୍ବର- ଚନ୍ଦନେଶ୍ବର ରାସ୍ତାର ନହରା ଛକ ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣା ଫଳରେ ୫ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର- ଚନ୍ଦନେଶ୍ବର ରାସ୍ତାର ନହରା ଛକ ନିକଟରେ ଏକ ବୋଲେରୋକୁ ପଛପଟୁ ଧକ୍କା ଦେଇଥିଲା ଟ୍ରକ । ଫଳରେ ବୋଲେରୋଟି ୬ ଫୁଟ ଖାଇକୁ ଖସିପଡିଥିଲା । ଫଳରେ ୫ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଜଳେଶ୍ବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗ କୁରୁଳିଆ ଅଞ୍ଚଳର । ବୋଲେରୋରେ ମୋଟ୍ ୧୦ ଜଣ ଯାତ୍ରୀ ଥିଲେ । ସମସ୍ତେ ପିକ୍ ନିକ୍ କରିବାକୁ ଦିଘା ସମୁଦ୍ର ବେଳାଭୂମିକୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । ତେବେ ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା ସନ୍ଦେହ କରଯାଇଛି ।



from Prameya News7 https://ift.tt/360SHhH
ଟ୍ରକ୍ ଧକ୍କାରେ ୬ଫୁଟ ଖାଇକୁ ଖସିଲା ବୋଲେରୋ, ୫ ଗୁରୁତର ଟ୍ରକ୍ ଧକ୍କାରେ ୬ଫୁଟ ଖାଇକୁ ଖସିଲା ବୋଲେରୋ, ୫ ଗୁରୁତର Reviewed by SUBHENDU BARAL on January 17, 2020 Rating: 5

No comments:

Powered by Blogger.