ଢେଙ୍କାନାଳ: ଢେଙ୍କାନାଳ ଟାଉନ ଥାନା ଅଞ୍ଚଳରେ ଗତକାଲି ରାତିରେ ସଶସ୍ତ୍ର ଡକାୟତି ହୋଇଛି । କୁଞ୍ଜକାନ୍ତ ଠାରେ ଥିବା ଏକ ଫାଇନାନ୍ସ କମ୍ପାନୀ କାର୍ଯ୍ୟାଳୟ ଭିତରେ ୭ରୁ ୮ ଜଣ ଡକାୟତ ପଶି ମାରଣାସ୍ତ୍ର ଦେଖାଇ କର୍ମଚାରୀମାନଙ୍କୁ ଭୟଭୀତ କରାଇଥିଲେ। କର୍ମଚାରୀମାନେ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରି ସୁନାଗହଣା ସହ ଲାପ୍ଟପ୍ ଓ ମୋବାଇଲ୍ ଲୁଟ୍ କରି ନେଇଛନ୍ତି।
କର୍ମଚାରୀଙ୍କ କହିବା ଅନୁସାରେ, ଗତକାଲି ରାତିରେ ଦୁର୍ବୃତ୍ତମାନେ ମୁଣ୍ଡରେ ହେଲ୍ମେଟ୍ ପିନ୍ଧି ସେଠାରେ ପଶିଥିଲେ । କର୍ମଚାରୀଙ୍କୁ ଟଙ୍କା କେଉଁଠି ଅଛି ମାଗିଥିଲେ। ହେଲେ ଅଫିସ ଭିତରେ ଟଙ୍କା ନ ଥିବା କହିବାରୁ କର୍ମଚାରୀଙ୍କୁ ନିସ୍ତୁକ ପିଟିଲେ। ଏପରିକି ଜଣେ କର୍ମଚାରୀଙ୍କ ଗୋଡକୁ ହାଣି ପକାଇଥିବା ଅଭିଯୋଗ ହୋଇଛି।
ଶେଷରେ ବହୁ ଖୋଜାଖୋଜି କରି ଟଙ୍କା ପଇସା ନ ପାଇବାରୁ କର୍ମଚାରୀଙ୍କ ମୋବାଇଲ, ଲାପଟପ୍ ଓ ଅନ୍ୟାନ୍ୟ ଜିନିଷ ଲୁଟି ନେଇଥିଲେ। ଲୁଟ୍ପାଟ୍ କରିବା ପରେ ଲୁଟେରାମାନେ ବାହାରୁ ତାଲା ପକାଇ ବାଇକ୍ରେ ଛୁ ମାରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ କମ୍ପାନୀର ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
from OTV Khabar. https://ift.tt/2sN7a35
No comments: