ନୂଆବର୍ଷରେ ପ୍ରଥମ ଆହ୍ୱାନ । ଆଜି ଗୌହାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା । ଭାରତୀୟ ଦଳରେ ହୋଇପାରେ ଏକାଧିକ ପରୀକ୍ଷା-ନିରୀକ୍ଷା Kanak News

କନକ ବ୍ୟୁରୋ: ନୂଅବର୍ଷରେ ପ୍ରଥମ ଆହ୍ୱାନ । ଆଜି ଗୋହାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା । ନୂଆ ବର୍ଷର ପ୍ରଥମ ମୁକାବିଲାରେ କୋହଲି ବାହିନୀ ପଡ଼ୋଶୀ ଶ୍ରୀଲଙ୍କାକୁ ଭେଟିବାକୁ ଯାଉଛି । ଏହି ମ୍ୟାଚରେ ଦଳକୁ ଫେରି ପାରନ୍ତି ଷ୍ଟାର ଖେଳାଳି ଯଶପ୍ରୀତ୍ ବୁମରା । ଆହତ କାରଣରୁ ଗତ ୪ ମାସ ହେଲା ଭାରତୀୟ ଦଳରୁ ଦୁରେଇ ରହିଥିବା ବୁମରା ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ମୈଦାନକୁ ଓହ୍ଲାଇପାରନ୍ତି । ଏହାରି ଭିତରେ ଭାରତୀୟ ଦଳ ଫୁଲଦମରେ ମୈଦାନକୁ ଓହ୍ଲାଇବ । ଦଳର ମନୋବଳ ବି ମଜବୁତ ରହିଛି । ୨୦୧୯ରେ ଖେଳା ଯାଇଥିବା ଶେଷ ଦିନିକିଆ ସିରିଜରେ ଭାରତୀୟ ଦଳ ଦମଦାର ଖେଳ ପ୍ରଦର୍ଶନ କରିବା ସହ ୱେଷ୍ଟଇଣ୍ଡିଜଠାରୁ ସିରିଜ୍ ଛଡ଼ାଇ ଆଣିଛି । ଆଜି ସନ୍ଧ୍ୟା ୬ଟାରେ ଗୌହାଟୀରେ ମୁହାଁମୁହିଁ ହେବ ଭାରତ ଓ ଶ୍ରୀଲଙ୍କା ।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ସଞ୍ଜୁ ସାମସନ୍, ଋଷବ ପନ୍ତ, ଶିଭମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଦେଜା, ଯଶ୍ରପୀତ ବୁମ୍ରା, ଶାର୍ଦୁଲ ଠାକୁର, ନଦଭୀପ ସଇନି, ୱାସିଂଟନ୍ ସୁନ୍ଦର।

ସମ୍ଭାବ୍ୟ ଶ୍ରୀଲଙ୍କା: ଲସିଥ ମାଲିଙ୍ଗା (ଅଧିନାୟକ), ଦନୁଷ୍କା ଗୁଣତିଲକ, ଅଭିସ୍କା ଫର୍ନାଣ୍ଡୋ, ଆଞ୍ଜେଲୋ ମାଥ୍ୟୁସ, ଦାସୁନ ସନକା, କୁଶାଲ ପେରେରା, ନିରୋସାନ ଡିକୱେଲା, ଧନଞ୍ଜୟ ଡି’ ସିଲଭା, ଇସୁରୁ ଉଦାନା, ଭାନୁକା ରାଜପାକସେ, ଓସଦା ଫର୍ନାଣ୍ଡୋ, ୱାନିନ୍ଦୁ ହରରଙ୍ଗା, ଲାହିରୁ କୁମାର, କୁଶାଲ ମେଣ୍ଡିସ, ଲକ୍ଷ୍ମଣ ସନ୍ଦକନ, କସୁନ ରଜିତା।



from Kanak News https://ift.tt/39JmEGa https://ift.tt/37AZTCb
ନୂଆବର୍ଷରେ ପ୍ରଥମ ଆହ୍ୱାନ । ଆଜି ଗୌହାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା । ଭାରତୀୟ ଦଳରେ ହୋଇପାରେ ଏକାଧିକ ପରୀକ୍ଷା-ନିରୀକ୍ଷା Kanak News ନୂଆବର୍ଷରେ ପ୍ରଥମ ଆହ୍ୱାନ । ଆଜି ଗୌହାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା । ଭାରତୀୟ ଦଳରେ ହୋଇପାରେ ଏକାଧିକ ପରୀକ୍ଷା-ନିରୀକ୍ଷା Kanak News Reviewed by SUBHENDU BARAL on January 04, 2020 Rating: 5

No comments:

Powered by Blogger.