ମଧ୍ୟପ୍ରାଚ୍ୟରେ ଯୁଦ୍ଧର କଳା ବାଦଲ । ବାଗଦାଦରେ ଆମେରିକା ଦୂତାବାସ ଉପରେ ଇରାନ ଆକ୍ରମଣ ପରେ ଆହୁରି ତୀବ୍ର ହେଲା ଉତେଜନା , ପ୍ରତିଶୋଧ ପାଇଁ ଆହ୍ୱାନ ଦେଲେ ସୁଲେମାନିଙ୍କ ଝିଅ Kanak News

କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ କୁହୁଳୁଛି ଯୁଦ୍ଧର ନିଆଁ । ଇରାନର ମୃତ କମାଣ୍ଡର କ୍ୱାସିମ ସୁଲେମାନୀଙ୍କ ଝିଅ କହିଛନ୍ତି, ଆମେରିକା ପାଇଁ କଳାଦିନ ନେଇ ଆସିବ, ଏହି ମୃତ୍ୟୁ । ସାରା ଇରାନରେ ଲୋକଙ୍କ ଭିତରେ କ୍ରୋଧ କୁହୁଳିବାରେ ଲାଗିଛି । ରାଷ୍ଟ୍ରପତି ଟ୍ରମ୍ପ, ଇରାନ୍କୁ ଧ୍ୱସ୍ତବିଧ୍ୱସ୍ତ କରିଦେବେ ବୋଲି ଧମକ ଦେବା ପରେ ଋଷିଆ, ଚୀନ ଓ ଅନ୍ୟାନ୍ୟ ଦେଶମାନେ ଉଭୟଙ୍କୁ ସଂଯମତା ରଖିବାକୁ ପରାମର୍ଶ ଦେଇଛନ୍ତି । ସେପଟେ କାସିମ ସୁଲେମାନୀଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ନିର୍ଦ୍ଦେଶକ୍ରମେ ହତ୍ୟା କରାଯିବା ପରେ ଇରାନ ଏବେ ପ୍ରତିଶୋଧର ନିଆଁରେ ଜଳୁଛି । ସୁଲେମାନୀଙ୍କ କବର ଦେବାଲାଗି ଆୟୋଜିତ ଶୋଭାଯାତ୍ରାର ପ୍ରସାରଣ ସରକାରୀ ଟେଲିଭିଜନରେ କରାଯାଇଥିଲା ।

from Kanak News https://ift.tt/36vIhYo https://ift.tt/2rZe6tt
No comments: