ଆସନ୍ତା ୨୨ ଓ ୨୩ ତାରିଖରେ ୧୮ ଜିଲ୍ଲାରେ ଘନ କୁହୁଡ଼ି : ଥଣ୍ଡା ଅନୁଭୂତ ହେବନି, ହେଲେ ରାତି ୧୦ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ଠିକରେ ଦୃଶ୍ୟମାନ ହେବନି ରାସ୍ତା Kanak News

କନକ ବ୍ୟୁରୋ : ଆସନ୍ତା ୨୨ ଓ ୨୩ ତାରିଖରେ ୧୮ ଜିଲ୍ଲାରେ ଘନ କୁହୁଡ଼ି ହେବ । ଥଣ୍ଡା ସେତେଟା ହେବନି। ରାତି ୧୦ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ କୁହୁଡ଼ି ପଡ଼ିବ । ରାସ୍ତା ଠିକ୍‌ ଭାବେ ଦୃଶ୍ୟମାନ ହେବନି । ପୂର୍ବାନୁମାନ ଅନୁଯାୟୀ ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଧା, କଟକ, ପୁରୀ, ନୟାଗଡ଼, ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ମାଲକାନଗିରି, ସୋନପୁର, କେନ୍ଦୁଝର ଓ ବଲାଙ୍ଗୀରରେ ଘନ କୁହୁଡ଼ି ହେବ। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାତିର ତାପମାତ୍ରା ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଖସିବ ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଉପରକୁ ଚାଲିଯାଇଛି । ମାଲକାନଗିରିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର ଓ ସୋନପୁରରେ ହାଲୁକା ବର୍ଷା ହୋଇଛି ।



from Kanak News https://ift.tt/30G2qsL https://ift.tt/2RbWwMx
ଆସନ୍ତା ୨୨ ଓ ୨୩ ତାରିଖରେ ୧୮ ଜିଲ୍ଲାରେ ଘନ କୁହୁଡ଼ି : ଥଣ୍ଡା ଅନୁଭୂତ ହେବନି, ହେଲେ ରାତି ୧୦ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ଠିକରେ ଦୃଶ୍ୟମାନ ହେବନି ରାସ୍ତା Kanak News ଆସନ୍ତା ୨୨ ଓ ୨୩ ତାରିଖରେ ୧୮ ଜିଲ୍ଲାରେ ଘନ କୁହୁଡ଼ି : ଥଣ୍ଡା ଅନୁଭୂତ ହେବନି, ହେଲେ ରାତି ୧୦ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ଠିକରେ ଦୃଶ୍ୟମାନ ହେବନି ରାସ୍ତା Kanak News Reviewed by SUBHENDU BARAL on January 20, 2020 Rating: 5

No comments:

Powered by Blogger.