ଥଣ୍ଡା ପରେ କୋହଲା ପାଗ; : ଆସନ୍ତା ୪୮ ଘଣ୍ଟା ଧରି ଥଣ୍ଡାରେ ଥରିବ ଓଡ଼ିଶା; ରାଜ୍ୟର ୧୦ ଜିଲ୍ଲାକୁ କୁହୁଡ଼ି ୱାର୍ଣ୍ଣିଂ, ୮ ଓ ୯ରେ କୋହଲା ପାଗ Kanak News

କନକ ବ୍ୟୁରୋ: ଆସନ୍ତା ୪୮ ଘଣ୍ଟା ଧରି ଥଣ୍ଡାରେ ଥରିବ ଓଡ଼ିଶା। ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ପାରଦ ୪ରୁ ୬ ଡିଗ୍ରି ପର୍ଯ୍ୟନ୍ତ ଖସିବାକୁ ଥିବା ବେଳେ ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରି କମିବ। ଥଣ୍ଡା ସାଙ୍ଗକୁ ଉତ୍ତର ଉପକୂଳ ଓଡ଼ିଶା, ଅନୁଗୁଳ, ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ଖୋର୍ଧା ଓ ପୁରୀ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। ୨୦୦ ମିଟର ଆଗକୁ ଦୃଶ୍ୟମାନ ହେବନି। ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅନ୍ୟପକ୍ଷରେ ସମ୍ଭାବ୍ୟ ଥଣ୍ଡା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍ କମିସନର(ଏସଆରସି)ଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି। ୪୮ ଘଣ୍ଟା ଧରି ଥଣ୍ଡା ଲାଗି ରହିବାକୁ ଥିବାରୁ ବାସହୀନ ଲୋକଙ୍କ ରହିବା ପାଇଁ ରାତିରେ ବ୍ୟବସ୍ଥା କରିବାକୁ କୁହାଯାଇଛି। ସ୍କୁଲ ବିଲ୍ଡିଂ, ଆଶ୍ରୟ ସ୍ଥଳ, କମ୍ପ୍ୟୁନିଟି ବିଲ୍ଡିଂ ଆଦି ଖୋଲା ରଖିବା ସହ ସେଠାରେ ବିଜୁଳି ଓ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି। କନ୍ଧମାଳ, ସମ୍ବଲପୁର, ମାଲକାନଗିରି, ଝାରସୁଗୁଡ଼ା ଓ କଳାହାଣ୍ତି ଜିଲ୍ଲାରେ ଘନ କୁହୁଡ଼ି ଲାଗିରହିବ। ତେଣୁ ପରିସ୍ଥିତି ଉପରେ ନଜର ରଖିବା ସହ ପାହାଡ଼ିଆ ଅଞ୍ଚଳ ଦେଇ ଯା ଆସ କରୁଥିବା ଗାଡ଼ିଗୁଡ଼ିକ ଉପରେ ନଜର ରଖିବାକୁ କୁହାଯାଇଛି।

ତେବେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅକଳନ ଅଲଗା କିଛି କହୁଛି। ତାଙ୍କ କହିବାନୁଯାୟୀ ଗୋପାଳପୁରରୁ ଝାରସୁଗୁଡ଼ା ସଂଯୋଗ କରୁଥିବା ସରଳରେଖାର ଉତ୍ତରରେ ଥିବା ଜିଲ୍ଲାଗୁଡ଼ିକରେ ଉତ୍ତରା ପବନ ବହୁଥିବାରୁ ଆସନ୍ତାକାଲି ତଥା ୬ ତାରିଖ ରାତିରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ଦେଢ଼ ଡିଗ୍ରି କମିବ। ଏହାପରେ ୭ ଓ ୮ ତାରିଖଠାରୁ ପୁଣି ରାତିର ତାପମାତ୍ରା ବଢ଼ିବା ସହ ଥଣ୍ଡା କମିବ। ତେବେ ଏହି ସରଳରେଖାର ଦକ୍ଷିଣରେ ଥିବା ଜିଲ୍ଲାଗୁଡ଼ିକରେ ୬ ତାରିଖ ରାତିଠାରୁ ତାପମାତ୍ରା ବଢ଼ିବ ଓ ଥଣ୍ଡା କମିବ। ଭୁବନେଶ୍ବର ସମେତ ଉପକୂଳ ଅଞ୍ଚଳରେ ୭ ଓ ୮ ତାରିଖରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବା ସହ ୧୧ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ୬ ତାରିଖ ରାତିରୁ ୭ ତାରିଖ ଭିତରେ ପଶ୍ଚିମ ଓଡ଼ିଶାରେ ରାତିର ତାପମାତ୍ରା ଦୁଇ ଡିଗ୍ରି ବଢ଼ି ୧୦ ପର୍ୟ୍ୟନ୍ତ ଅପରିବର୍ତ୍ତିତ ରହିବ। ୧୧ରୁ ଏହି ଅଞ୍ଚଳରେ ପୁଣି ଥଣ୍ଡା ବଢ଼ିବ।

ଉତ୍ତର ଓଡ଼ିଶାରେ ମଧ୍ୟ ୯ ତାରିଖ ପର୍ଯ୍ୟନ୍ତ ଥଣ୍ଡା କମ୍ ରହିବ। ଏହାପରେ ପୁଣି ଥଣ୍ଡା ବଢ଼ିବ। ଅନୁମାନ କରାଯାଉଛି ଯେ ୯ ତାରିଖରେ ସମଗ୍ର ଉପକୂଳ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବ। ଦିନର ତାପମାତ୍ରା ୨ରୁ ୩ ଡିଗ୍ରି କମିପାରେ। କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୮ ଓ ୯ ତାରିଖରେ ପାଗ ମେଘୁଆ ରହିବ। କାଁ ଭାଁ ସ୍ଥାନରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଅଧିକ ରହିବ। ଏହି ଅଞ୍ଚଳରେ ଦିନର ତାପମାତ୍ରା ୩ରୁ ୪ ଡିଗ୍ରି କମିବା ହେତୁ ପାଗ କୋହଲା ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି।

ଦୁଇ ଦିନ ଧରି ଦିନ ସମୟରେ ଥଣ୍ଡା ଲାଗିରହିବା ପରେ ପାଗରେ ପରିବର୍ତନ ଆସିଛି। ଦିନର ତାପମାତ୍ରା ସବୁଠି ୨୨ ଡିଗ୍ରି ଉପରକୁ ଚାଲିଯାଇଛି। କୌଣସି ସ୍ଥାନରେ ବର୍ଷା ରେକର୍ଡ କରାଯାଇ ନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।



from Kanak News https://ift.tt/2rW9vrZ https://ift.tt/2sT5yVB
ଥଣ୍ଡା ପରେ କୋହଲା ପାଗ; : ଆସନ୍ତା ୪୮ ଘଣ୍ଟା ଧରି ଥଣ୍ଡାରେ ଥରିବ ଓଡ଼ିଶା; ରାଜ୍ୟର ୧୦ ଜିଲ୍ଲାକୁ କୁହୁଡ଼ି ୱାର୍ଣ୍ଣିଂ, ୮ ଓ ୯ରେ କୋହଲା ପାଗ Kanak News ଥଣ୍ଡା ପରେ କୋହଲା ପାଗ; : ଆସନ୍ତା ୪୮ ଘଣ୍ଟା ଧରି ଥଣ୍ଡାରେ ଥରିବ ଓଡ଼ିଶା; ରାଜ୍ୟର ୧୦ ଜିଲ୍ଲାକୁ କୁହୁଡ଼ି ୱାର୍ଣ୍ଣିଂ, ୮ ଓ ୯ରେ କୋହଲା ପାଗ Kanak News Reviewed by SUBHENDU BARAL on January 05, 2020 Rating: 5

No comments:

Powered by Blogger.