ଯବାନଙ୍କ ଖାଦ୍ୟରେ ବିଷ ମିଶାଇବାକୁ ଯୋଜନା କରୁଛନ୍ତି ଆତଙ୍କବାଦୀ ! ଗୁଇନ୍ଦା ସୂତ୍ରରୁ ମିଳିଲା ସୂଚନା Kanak News

କନକ ବ୍ୟୁରୋ : ଜମ୍ମୁ କାଶ୍ମୀରରେ ସୁରକ୍ଷାବାହିନୀ ଖାଦ୍ୟରେ ବିଷ ମିଶାଇବାକୁ ଷଡ଼ଯନ୍ତ୍ର କରୁଛନ୍ତି ଆତଙ୍କବାଦୀ। ଗୁଇନ୍ଦା ସଂସ୍ଥା ସୂତ୍ରରୁ ଏହା ଜଣାପଡ଼ିଛି। ସମସ୍ତ ଗୁଇନ୍ଦା ସଂସ୍ଥା ମଧ୍ୟ ଏନେଇ ସତର୍କ ଅଛନ୍ତି। ଆତଙ୍କବାଦୀମାନେ ସୁରକ୍ଷାବାହିନୀର ଖାଦ୍ୟ ଏବଂ ପାନୀୟରେ ବିଷ ମିଶାଇବାକୁ ଯୋଜନା କରୁଛନ୍ତି। ଗତ ସପ୍ତାହରେ ନବ ନିଯୁକ୍ତ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ କହିଥିଲେ ଯେ ଜମ୍ମୁ କାଶ୍ମୀରରେ ଅନୁପ୍ରବେଶ ଉଦ୍ୟମ ଜାରି ରହିଛି।

ସେନା ପକ୍ଷରୁ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯାଉଛି। ତେବେ ଗତ କିଛି ମାସ ପୂର୍ବେ ମଧ୍ୟ ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଥିଲା ଯେ ଜମ୍ମୁ କାଶ୍ମୀରରେ ବିଭିନ୍ନ ସ୍ଥାନକୁ ଟାର୍ଗେଟ୍ କରିବାପାଇଁ ପାକିସ୍ତାନ ଆଇଏସ୍ଆଇ ପକ୍ଷରୁ ଆତଙ୍କବାଦୀ ଗୋଷ୍ଠୀକୁ ନିର୍ଦ୍ଦେଶ ଦିଆଯାଇଛି।



from Kanak News https://ift.tt/36wfl2w https://ift.tt/36ycw0X
ଯବାନଙ୍କ ଖାଦ୍ୟରେ ବିଷ ମିଶାଇବାକୁ ଯୋଜନା କରୁଛନ୍ତି ଆତଙ୍କବାଦୀ ! ଗୁଇନ୍ଦା ସୂତ୍ରରୁ ମିଳିଲା ସୂଚନା Kanak News ଯବାନଙ୍କ ଖାଦ୍ୟରେ ବିଷ ମିଶାଇବାକୁ ଯୋଜନା କରୁଛନ୍ତି ଆତଙ୍କବାଦୀ ! ଗୁଇନ୍ଦା ସୂତ୍ରରୁ ମିଳିଲା ସୂଚନା Kanak News Reviewed by SUBHENDU BARAL on January 07, 2020 Rating: 5

No comments:

Powered by Blogger.