ପର୍ଜଙ୍ଗରେ ଚାଂଚଲ୍ୟ ! ସ୍ୱାମୀର ଟାଙ୍ଗିଆ ଚୋଟରେ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ Kanak News

କନକ ବ୍ୟୁରୋ : ପର୍ଜଙ୍ଗ ଥାନା ପଙ୍ଗାତିରା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ପାରିବାରିକ କଳହକୁ ନେଇ ଅଭାବନୀୟ ଘଟଣା ଘଟିଛି। ସ୍ୱାମୀର ଟାଙ୍ଗିଆ ଚୋଟରେ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ଶାଶୂ ଆହତ ହୋଇଛନ୍ତି। ହତ୍ୟାକାଣ୍ଡ ପରେ ସ୍ବାମୀ ଫେରାର ହୋଇଯାଇଥିବାରୁ ପୁଲିସ୍ ତାକୁ ଧରିବା ଲାଗି ତନାଘନା ଚଳାଇଛି। ପ୍ରକାଶ ଯେ, ପଙ୍ଗାତିରା ଗ୍ରାମର ପ୍ରଫୁଲ୍ଲ ସାହୁଙ୍କ ପୁଅ ଲଳିତ ସାହୁ (୩୨) ୨୦୧୭ ମସିହା ମାର୍ଚ୍ଚ ମାସରେ ସେହି ଗ୍ରାମର କୃଷ୍ଣଚନ୍ଦ୍ର ସାହୁଙ୍କ ଝିଅ ମିତା ସାହୁ(୨୬) ଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଏ ନେଇ ଥାନାରେ ମଧ୍ୟ ପୂର୍ବରୁ ଅଭିଯୋଗ ହୋଇଥିଲା।

ଗତକାଲି ମଧ୍ୟ ମହାବିରୋଡ଼ ଫାଣ୍ଡିରେ ଏ ସଂକ୍ରାନ୍ତରେ ଅଭିଯୋଗ ହୋଇଥିଲା। ଝିଅ ଘର ଲୋକମାନେ ଫାଣ୍ଡିକୁ ଯାଇଥିବା ବେଳେ ସ୍ୱାମୀ ଲଳିତ କିନ୍ତୁ ଯାଇନଥିଲା। ମିତା ତାଙ୍କ ବାପଘରେ ଥିବାବେଳେ ବିଳମ୍ବିତ ରାତିରେ ଲଳିତ ସେଠାରେ ପହଂଚି ସ୍ତ୍ରୀ ମିତାଙ୍କ ସହିତ ଝଗଡ଼ା କରିଥିଲା। ପରେ ଏକ ଟାଙ୍ଗିଆରେ ମିତାଙ୍କ ବେକକୁ ହାଣି ଦେଇଥିଲା। ଶାଶୂ ଗେଲ ସାହୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଏଥିରେ ଗେଲ ଆହତ ହୋଇଥିଲେ ମଧ୍ୟ ଦୌଡ଼ି ପଳାଇଯାଇ ନିଜ ଜୀବନ ବଞ୍ଚାଇଥିଲେ। ହେଲେ ମିତାଙ୍କର ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଥିଲା। ହତ୍ୟାକାଣ୍ଡ ପରେ ଲଳିତ ସେଠାରୁ ଫେରାର ହୋଇଯାଇଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।



from Kanak News https://ift.tt/2T5HYzx https://ift.tt/2XlxMTE
ପର୍ଜଙ୍ଗରେ ଚାଂଚଲ୍ୟ ! ସ୍ୱାମୀର ଟାଙ୍ଗିଆ ଚୋଟରେ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ Kanak News ପର୍ଜଙ୍ଗରେ ଚାଂଚଲ୍ୟ ! ସ୍ୱାମୀର ଟାଙ୍ଗିଆ ଚୋଟରେ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ Kanak News Reviewed by SUBHENDU BARAL on January 07, 2020 Rating: 5

No comments:

Powered by Blogger.