
କନକ ବ୍ୟୁରୋ : ନେପାଳ ସୀମା ଦେଇ ଉତ୍ତରପ୍ରଦେଶକୁ ଅତି କମ୍ରେ ୫ ଜଣ ଆଇଏସ୍ (ଇସ୍ଲାମିକ ଷ୍ଟେଟ୍) ପ୍ରଶିକ୍ଷିତ ଆତଙ୍କବାଦୀ ପ୍ରବେଶ କରିଛନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ନେଇ ଭାରତ-ନେପାଳ ସୀମାରେ ହାଇଆଲର୍ଟ ଜାରି କରାଯାଇଛି। ଗୁଇନ୍ଦା ବିଭାଗର ସୂଚନା ଅନୁସାରେ, ଏହି ଆତଙ୍କବାଦୀମାନେ ନେପାଳ ସୀମା ନେଇ ଉତ୍ତର ପ୍ରଦେଶ ମଧ୍ୟକୁ ପଶିଛନ୍ତି। ଏଣୁ ଭାରତ-ନେପାଳ ସୀମା ବସ୍ତି, ଗୋରଖପୁର, ସିଦ୍ଧାର୍ଥନଗର, କୁଶୀନଗର, ମହାରାଜଗଞ୍ଜ ଆଦି ସ୍ଥାନରେ ହାଇ ଆଲର୍ଟ ଜାରି କରାଯାଇଛି।
ଆତଙ୍କବାଦୀମାନେ ଭାରତ-ନେପାଳ ସୀମାକୁ ଲାଗିଥିବା କୌଣସି ଜିଲ୍ଲାକୁ ଚାଲି ଯାଇ ପାରନ୍ତି ବୋଲି ଗୁଇନ୍ଦା ବିଭାଗ କହିଛି। ତେବେ ୨ ଜଣ ଆତଙ୍କବାଦୀ ଉତ୍ତର ପ୍ରଦେଶ ମଧ୍ୟକୁ ପ୍ରବେଶ କରିଥିବା ସ୍ପଷ୍ଟ ହୋଇଛି ଏବଂ ଏହି ଆତଙ୍କବାଦୀଙ୍କ ପରିଚୟ ମଧ୍ୟ ମିଳିସାରିଛି। ଏହି ୨ ଆତଙ୍କବାଦୀଙ୍କ ନାମ ଖ୍ବାଜା ମଇନୁଦ୍ଦିନ୍ ଓ ଅବଦୁଲ୍ ସମଦ ବୋଲି ଜଣାପଡ଼ିଛି। ପୁଲିସ ଏହି ୨ ଆତଙ୍କବାଦୀଙ୍କ ଫଟୋ ବିଭିନ୍ନ ସ୍ଥାନରେ ଲଗାଇଛି। ଶେଷଥର ପାଇଁ ଏହି ୨ ଆତଙ୍କବାଦୀଙ୍କୁ ପଶ୍ଚିମବଙ୍ଗର ସିଲିଗୁଡିରେ ଦେଖିବାକୁ ମିଳିଥିଲା ବୋଲି ପୁଲିସ କହିଛି।
୨୦୧୭ରେ ଖ୍ବାଜା ମଇନୁଦ୍ଦିନ୍କୁ ଏନ୍ଆଇଏ ଚେନ୍ନାଇରେ ଠାବ କରିଥିଲା। ମଇନୁଦ୍ଦିନ୍ ଆଇଏସ୍ଆଇଏସ୍ ପ୍ରଶିକ୍ଷିତ ଆତଙ୍କବାଦୀ ବୋଲି ସେତେବେଳେ ଜଣାପଡ଼ିଥିଲା। ମଇନୁଦ୍ଦିନ୍ ସିରିଆରୁ ଆସି ଦକ୍ଷିଣ ଭାରତରେ ଆଇଏସ୍ ନେଟୱର୍କ ବଢ଼ାଉଥିଲା ବୋଲି ଏନ୍ଆଇଏ ତଦନ୍ତରୁ ଜଣାପଡ଼ିଥିଲା। ସେହିଭଳି ମଇନୁଦ୍ଦିନ୍ର ପାକିସ୍ତାନରେ କାର୍ଯ୍ୟରତ ଆତଙ୍କବାଦୀ ସଂଗଠନ ଇଣ୍ଡିଆନ୍ ମୁଜାହିଦ୍ଦିନ୍ ସହ ସମ୍ପର୍କରେ ଅଛି ବୋଲି ଏନ୍ଆଇଏର ତଦନ୍ତରୁ ଜଣାପଡ଼ିଥିଲା। ଅନ୍ୟ ଜଣେ ଅବ୍ଦୁଲ ସମଦରର ଲସ୍କର-ଏ-ତୋଏବା ଓ ସିମି ସହ ସମ୍ପର୍କ ରହିଛି ବୋଲି ଜଣାପଡ଼ିଛି।
from Kanak News https://ift.tt/2tvYgHm https://ift.tt/32pgEhV
No comments: