ନିଲାମ କବଳରୁ କେବେ ମୁକୁଳିବ ବଡଦେଉଳ । ବାହାର ଦୀପ ଭିତରେ ମନା ହେଲେ ଭିତରେ ଜାଳିବାକୁ ହେଲେ ଟଙ୍କାକର ଦୀପକୁ ୧୦ ଟଙ୍କା । ରୋହିଣୀ କୁଣ୍ଡର ପାଦୁକ ପାଇଁ ଦେବାକୁ ପଡୁଛି ୧୦୦ ଟଙ୍କା Kanak News

କନକ ବ୍ୟୁରୋ: ଜଗତର ନାଥ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। କାଳିଆ ସାଆନ୍ତଙ୍କ ଦର୍ଶନ ଟିକକ ପାଇଁ କେବଳ ରାଜ୍ୟ ନୁହେଁ, ସମଗ୍ର ଦେଶର କୋଣଅନୁକୋଣରୁ ଧାଇଁଆସନ୍ତି ଶ୍ରଦ୍ଧାଳୁ। ଦିନ ଥିଲା, ଜଗାକୁ ଦର୍ଶନ କରିବା ପାଇଁ ଦୁଇ ଦିନର ଚୁଡ଼ାଚାଉଳ ଧରି ଶଗଡ଼ରେ ଆସୁଥିଲେ ଭକ୍ତ। ମାଟିରେ ନିଜ ହାତରେ ତିଆରି କରୁଥିଲେ ଦୀପ। ମାତ୍ର ଭକ୍ତର ସେ ଶ୍ରଦ୍ଧା ଟିକକ ଏବେ ନିଲାମ କରିଦେଇଛି ଶ୍ରୀମନ୍ଦିର ପ୍ରଶାସନ। ବାହାରୁ ନେଲେ ଭିତରେ ଜାଳି ପାରିବନି, ଭିତରେ ଜାଳିବାକୁ ହେଲେ ଟଙ୍କାକର ଦୀପ ଦଶ ଟଙ୍କା ଦେଇ କିଣିବାକୁ ବାଧ୍ୟ।

କେବଳ ଦୀପ କାହିଁକି, ରୋହିଣୀକୁଣ୍ଡରୁ ପାଦୁକ ଟିକେ ପାଇବାକୁ ହେଲେ ଦେବାକୁ ହେବ ୫୦ରୁ ୧୦୦ ଟଙ୍କା। ସେପଟେ କଳ୍ପବଟ ମଧ୍ୟ ନିଲାମ ଦିଆଯାଇଛି। କଳ୍ପ ବଟରେ ଗୋଡ଼ିବାନ୍ଧିବା ପାଇଁ ଭକ୍ତଙ୍କୁ ଦେବାକୁ ହେବ ଟଙ୍କା। ମହାପ୍ରଭୁଙ୍କ କୋଇଲି ବୈକୁଣ୍ଠ ଦର୍ଶନ, ନୀଳାଦ୍ରି ମ୍ୟୁଜିୟମ୍ ଓ ଆନନ୍ଦବଜାରର କଦଳୀପତ୍ର ବି ନିଲାମ ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଆୟ ମନୋବୃତ୍ତି ରଖି ଏ ସବୁକୁ ନିଲାମରେ ଦେଇଛନ୍ତି। ଅନ୍ୟପକ୍ଷରେ ଲକ୍ଷ ଲକ୍ଷ ଟଙ୍କାରେ ଟେଣ୍ଡର ନେଉଥିବା ବ୍ୟବସାୟୀ ମଧ୍ୟ ଏଥିରୁ ଦୁଇଗୁଣା ମୁନାଫା କରିବାକୁ ଉଦ୍ୟମ କରୁଛନ୍ତି। ଏହାରି ଭିତରେ ଶ୍ରୀମନ୍ଦିରରେ ଭକ୍ତମାନେ ଶୋଷଣର ଶିକାର ହେଉଛନ୍ତି।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ମନ୍ଦିର ପ୍ରଶାସନର କ’ଣ ଏତେ ଅଭାବ ଯେ ମନ୍ଦିର ପରିଚାଳାନା ପାଇଁ ଭକ୍ତଙ୍କ ଉପରେ ନିଲାମ ବୋଝ ଦେଇ ଅର୍ଥ ଆଦାୟ କରୁଛି। ମହାପ୍ରଭୁଙ୍କ ନାମରେ ଅଚଳାଚଳ ସମ୍ପତ୍ତି ରହିଛି। ସମଗ୍ର ଦେଶର ଯେତେ ମନ୍ଦିର ଅଛି ସବୁଠୁ ଅଧିକ ଭୂସମ୍ପତ୍ତି ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ରହିଛି। ମହାପ୍ରଭୁଙ୍କ ନାମରେ ପ୍ରାୟ ୬୦ ହାଜର ଏକର ଜମି ରହିଛି। ରାଜ୍ୟ ବାହାରେ ମଧ୍ୟ ଶହ ଶହ ଏକର ମୂଲ୍ୟବାନ ଜମି ପଡ଼ିରହିଛି। ଯିଏ ମାଡ଼ିବସିଛି ସେ ଖାଉଛି। ମହାପ୍ରଭୁଙ୍କ ନାମରେ ଥିବା ମୂଲ୍ୟବାନ ଭୂସମ୍ପତ୍ତିକୁ ଆକଳନ କଲେ ଶ୍ରୀମନ୍ଦିର ଶହ ଶହ ବର୍ଷ ସେମିତି ଚାଲିପାରିବ। ମାତ୍ର ପ୍ରଶାସନ ସେ ଦାୟିତ୍ବ ନେଇ ପାରୁନାହିଁ। ଜବରଦଖଲରେ ଥିବା ଜମି ଫେରାଇ ଆଣିପାରୁନାହିଁ। ମହାପ୍ରଭୁଙ୍କ ନାମରେ ଖୋର୍ଦ୍ଧା ଜିଲ୍ଲାରେ ଥିବା ଖଣିରୁ କୋଟି କୋଟି ଟଙ୍କା ମାଫିଆ ଖାଇଯାଉଛନ୍ତି। ଶ୍ରୀ ମନ୍ଦିର ପ୍ରଶାସନ ତାକୁ ମଧ୍ୟ ଜଗି ପାରୁନାହିଁ। ମହାପ୍ରଭୁଙ୍କ ନାମରେ ଥିବା ଖଣିରୁ ଶହ ଶହ କୋଟି ଟଙ୍କା ଲୁଟ ହୋଇ ଚାଲିଛି।

source : Jagannath Temple

ଏ ଦିଗରେ ପ୍ରଶାସନ ପଦକ୍ଷେପ ନେଉନାହିଁ। କେବଳ ସେତିକି ନୁହେଁ, ମହାପ୍ରଭୁଙ୍କ ନାମରେ ଏବେ ବି ୬୦୦ କୋଟିରୁ ଅଧିକ ଟଙ୍କାର ସ୍ଥାୟୀ ଜମା ( ଫିକ୍ସ) ଡିପୋଜିଟ୍ ରହିଛି। ଯାହାର ସୁଧରେ ଶ୍ରୀମନ୍ଦିର ପରିଚାଳନା ସମ୍ଭବ ହୋଇପାରୁଛି। ସେପଟେ ସରକାରଙ୍କ ଅନୁଦାନ, ବଦାନ୍ୟ ବ୍ୟକ୍ତିଙ୍କ ଦାନ ମଧ୍ୟ ମିଳୁଛି। ମନ୍ଦିର ହୁଣ୍ଡିରୁ ମାସିକ ହାରାହାରି ୮୦ ଲକ୍ଷ ଟଙ୍କା ମିଳୁଛି। ତାହା ସହିତ ଶ୍ରୀମନ୍ଦିରକୁ ଅନୁଦାନ ମଧ୍ୟ ମିଳୁଛି। ଏତେ ଥାଇ ବି ଶ୍ରୀମନ୍ଦିର ପ୍ରଶାସନ ନିଜକୁ କାହିଁକି ଗରିବ ମନେ କରୁଛି। ନିଲାମରୁ ମିଳୁଥିବା ଆୟରେ ଶ୍ରୀମନ୍ଦିର ଚଳାଇ ଭକ୍ତଙ୍କୁ ପରୋକ୍ଷରେ ଶୋଷଣ କରୁଛି।



from Kanak News https://ift.tt/37sPGYT https://ift.tt/2GkHyOn
ନିଲାମ କବଳରୁ କେବେ ମୁକୁଳିବ ବଡଦେଉଳ । ବାହାର ଦୀପ ଭିତରେ ମନା ହେଲେ ଭିତରେ ଜାଳିବାକୁ ହେଲେ ଟଙ୍କାକର ଦୀପକୁ ୧୦ ଟଙ୍କା । ରୋହିଣୀ କୁଣ୍ଡର ପାଦୁକ ପାଇଁ ଦେବାକୁ ପଡୁଛି ୧୦୦ ଟଙ୍କା Kanak News ନିଲାମ କବଳରୁ କେବେ ମୁକୁଳିବ ବଡଦେଉଳ । ବାହାର ଦୀପ ଭିତରେ ମନା ହେଲେ ଭିତରେ ଜାଳିବାକୁ ହେଲେ ଟଙ୍କାକର ଦୀପକୁ ୧୦ ଟଙ୍କା । ରୋହିଣୀ କୁଣ୍ଡର ପାଦୁକ ପାଇଁ ଦେବାକୁ ପଡୁଛି ୧୦୦ ଟଙ୍କା Kanak News Reviewed by SUBHENDU BARAL on January 24, 2020 Rating: 5

No comments:

Powered by Blogger.