ଠକ କମ୍ପାନୀ ଉପରେ ଚଢଉ କଲା ରାଉରକେଲା ପୋଲିସ । ଲୋକଙ୍କୁ ଭୁତାଇ ଟଙ୍କା ନେଉଥିଲେ ଏବେ ଧରାପଡିଲେ Kanak News

କନକ ବ୍ୟୁରୋ : ଟଙ୍କା ଜମା ରଖ, ୪ ଘଂଟାରେ ମିଳିବ ୨ ପ୍ରତିଶତ ସୁଧ । ଏଭଳି ମିଛ ପ୍ରଲୋଭନ ଦେଇ ଲୋକଙ୍କୁ ଭୁତାଉଥିବା ଏକ ଠକ ଫାଇନାନ୍ସ କଂପାନୀ ଉପରେ ଚଢ଼ାଉ କରିଛି ରାଉରକେଲା ପୋଲିସ । ଜମା ଟଙ୍କା ଓ କାଗଜପତ୍ର ଜବତ କରିବା ସହ କଂପାନୀର ପରିଚାଳକ ଅନୀଲ ଶର୍ମାଙ୍କୁ ଉଠାଇ ନେଇ ଉଦିତନଗର ଥାନାରେ ପଚରାଉଚରା କରାଯାଇଛି । ଚେନ୍ନାଇର ‘ପୋର୍ଟ ରେଭେନ୍ୟୁ ପ୍ରାଇଭେଟ୍ ଲିମିଟେଡ୍’ ନାମକ ଏହି କଂପାନୀ ରାଉରକେଲାର ବାସନ୍ତିକଲୋନୀରେ ଅଫିସ ଖୋଲି କାରବାର ଚଳାଇଥିଲା ।

୪ ଘଂଟାରେ ୨ ପ୍ରତିଶଧ ସୁଧ ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଜମା ସଂଗ୍ରହ କରୁଥିଲା । ଏ ନେଇ ଖବର ପାଇବା ପରେ ଏହି ଠକ କଂପାନୀ ଉପରେ ଚଢ଼ାଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏସ୍ପି । ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିବା ବେଳେ କଂପାନୀ ଅଧିକାରୀ ଆବଶ୍ୟକ କାଗଜପତ୍ର ଦେଖାଇବାକୁ ଅସମର୍ଥ ହୋଇଥିଲେ । ଏହାପରେ ଏହି ଫାଇନାନ୍ସ କଂପାନୀର ଅଫିସକୁ ସିଲ୍ କରିବା ସହ ପରିଚାଳକକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।



from Kanak News https://ift.tt/2QW9qgm https://ift.tt/2FsEUp4
ଠକ କମ୍ପାନୀ ଉପରେ ଚଢଉ କଲା ରାଉରକେଲା ପୋଲିସ । ଲୋକଙ୍କୁ ଭୁତାଇ ଟଙ୍କା ନେଉଥିଲେ ଏବେ ଧରାପଡିଲେ Kanak News ଠକ କମ୍ପାନୀ ଉପରେ ଚଢଉ କଲା ରାଉରକେଲା ପୋଲିସ । ଲୋକଙ୍କୁ ଭୁତାଇ ଟଙ୍କା ନେଉଥିଲେ ଏବେ ଧରାପଡିଲେ Kanak News Reviewed by SUBHENDU BARAL on January 06, 2020 Rating: 5

No comments:

Powered by Blogger.