ଏନସିଆରବି ରିପୋର୍ଟରେ ଆସିଲା ସାଂଘାତିକ ତଥ୍ୟ । ଦେଶରେ କୃଷକଙ୍କ ତୁଳନାରେ ବେକାରଙ୍କ ଆତ୍ମହତ୍ୟା ଅଧିକ । ଚାକିରି ପାଇଁ ଦିନକୁ ୩୫ ଜଣ ବାଧ୍ୟ ହେଉଛନ୍ତି ମରିବାକୁ Kanak News

କନକ ବ୍ୟୁରୋ: ଦେଶରେ କୃଷକମାନଙ୍କ ଆତ୍ମହତ୍ୟାକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଛି। କିନ୍ତୁ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ତଥ୍ୟରୁ ଏକ ନୂଆ ବିଷୟ ପଦାକୁ ଆସିଛି। ଦେଶରେ କୃଷକଙ୍କ ତୁଳନାରେ ବେକାରିଙ୍କ ମଧ୍ୟରେ ଆତ୍ମହତ୍ୟା ଅଧିକ। ଦେଶରେ ଦିନକୁ ହାରାହାରି ୩୫ ଜଣ ବେକାର ଥିବା ଲୋକ ଆତ୍ମହତ୍ୟା କରୁଥିବାବେଳେ ଆତ୍ମ ନିଯୁକ୍ତ ଥିବା ୩୬ ଜଣ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି। ୨୦୧୮ ମସିହାରେ ଏହି ତଥ୍ୟ ସାମ୍ନାକୁ ଆସିଛି। ୨୦୧୮ରେ ଏହି ଦୁଇ ବର୍ଗରେ ୨୬,୦୮୫ ଜଣ ଆତ୍ମହତ୍ୟା କରିଛନ୍ତି। ଆତ୍ମନିଯୁକ୍ତ ଥାଇ ଆତ୍ମହତ୍ୟା କରିଥିବା ଲୋକଙ୍କ ସଂଖ୍ୟା ୨୦୧୮ ମସିହାରେ ୧୩,୧୪୯ ଥିବାବେଳେ ବେକାର ଥାଇ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୨,୯୩୬ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। କିନ୍ତୁ କୃଷି କ୍ଷେତ୍ରରେ ଆତ୍ମହତ୍ୟା ସଂଖ୍ୟା ଏହି ଦୁଇ ବର୍ଗର ଲୋକଙ୍କ ତୁଳନାରେ କମ୍ ରହିଛି। ୧୦,୩୪୯ ଜଣ କୃଷକ ଆତ୍ମହତ୍ୟା କରିଛନ୍ତି।

୨୦୧୮ରେ ଦେଶରେ ମୋଟ ୧,୩୪,୫୧୬ ଜଣ ଆତ୍ମହତ୍ୟା କରିଛନ୍ତି। ୨୦୧୭ ତୁଳନାରେ ଆତ୍ମହତ୍ୟା ସଂଖ୍ୟା ୩.୬ ପ୍ରତିଶତ ବୃଦ୍ଧି ଘଟିଛି। ତେବେ ଆତ୍ମହତ୍ୟା ହାର ( ପ୍ରତି ଲକ୍ଷେ ଲୋକରେ ଜଣେ) ୨୦୧୭ ତୁଳନାରେ ୨୦୧୮ରେ ୦.୩ ପ୍ରତିଶତ ବୃଦ୍ଧି ଘଟିଛି। ଦେଶରେ ମୋଟ ୪୨,୩୯୧ ଜଣ ମହିଳା ଆତ୍ମହତ୍ୟା କରିଥିବାବେଳେ ଏମାନଙ୍କ ମଧ୍ୟରେ ଗୃହିଣୀଙ୍କ ସଂଖ୍ୟା ହେଉଛି ୨୨,୯୩୭ ଜଣ। ଅର୍ଥାତ୍ ମହିଳା ଆତ୍ମହତ୍ୟାକାରୀଙ୍କ ମଧ୍ୟରେ ୫୪.୧ ପ୍ରତିଶତ। ଦେଶରେ ୨୦୧୮ରେ ଆତ୍ମହତ୍ୟା କରିଥିବା ଲୋକଙ୍କ ମଧ୍ୟରୁ ସରକାରୀ ଚାକିରିଆଙ୍କ ସଂଖ୍ୟା ହେଉଛି ୧୭୦୭ ଜଣ ବା ୧.୩ ପ୍ରତିଶତ। କିନ୍ତୁ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ଆତ୍ମହତ୍ୟା କରିଥିବା ଲୋକଙ୍କ ସଂଖ୍ୟା ୮୨୪୬ ଜଣ ବା ୬.୧ ପ୍ରତିଶତ ରହିଛି। ମୋଟ ଆତ୍ମହତ୍ୟାକାରୀଙ୍କ ମଧ୍ୟରୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ କାର୍ଯ୍ୟ କରି ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ରହିଛି ୨୦୨୨ ବା ୧.୫ ପ୍ରତିଶତ।

ସେହିଭଳି ଛାତ୍ର ଏବଂ ବେକାରିଙ୍କ ଆତ୍ମହତ୍ୟା ଯଥାକ୍ରମେ ୭.୬ ପ୍ରତିଶତ ଏବଂ ୯.୬ ପ୍ରତିଶତ ରହିଛି। ଅର୍ଥାତ୍ ୧୦,୧୫୯ ଜଣ ଛାତ୍ର ଆତ୍ମହତ୍ୟା କରିଥିବାବେଳେ ୧୨,୯୩୬ ଜଣ ବେକାର ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। କୃଷି କ୍ଷେତ୍ରରେ ଆତ୍ମହତ୍ୟା କରିଥିବା ୧୦,୩୪୯ ଜଣ ବ୍ୟକ୍ତିମାନଙ୍କ ମଧ୍ୟରୁ ୫୭୬୩ ଜଣ କୃଷକ ହୋଇଥିବାବେଳେ ୪୫୮୬ ଜଣ ହେଉଛନ୍ତି କୃଷି ଶ୍ରମିକ। ଅର୍ଥାତ୍ ମୋଟ ଆତ୍ମହତ୍ୟାକାରୀଙ୍କ ମଧ୍ୟରେ ୭.୭ ପ୍ରତିଶତ ହେଉଛନ୍ତି କୃଷି କ୍ଷେତ୍ରର ବ୍ୟକ୍ତି। ତେବେ ଆତ୍ମହତ୍ୟା କ୍ଷେତ୍ରରେ ମହାରାଷ୍ଟ୍ର ଆଗରେ ରହିଥିବା ବେଳେ (୧୭,୯୭୨) ଦ୍ୱିତୀୟରେ(୧୩,୮୯୬) ରହିଛି ତାମିଲନାଡ଼ୁ । ଏହା ପଛକୁ ପଶ୍ଚିମବଙ୍ଗରେ ୧୩,୨୫୫ ଜଣ, ମଧ୍ୟ ପ୍ରଦେଶରେ ୧୧,୭୭୫ ଜଣ, କର୍ଣ୍ଣାଟକରେ ୧୧,୫୬୧ ଜଣ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ତେବେ ଦେଶରେ ହୋଇଥିବା ମୋଟ ଆତ୍ମହତ୍ୟା ମଧ୍ୟରୁ ୫୦.୯ ପ୍ରତିଶତ ଆତ୍ମହତ୍ୟା ଏହି ୫ଟି ରାଜ୍ୟରେ ହୋଇଛି।



from Kanak News https://ift.tt/2NErvPm https://ift.tt/2v31ump
ଏନସିଆରବି ରିପୋର୍ଟରେ ଆସିଲା ସାଂଘାତିକ ତଥ୍ୟ । ଦେଶରେ କୃଷକଙ୍କ ତୁଳନାରେ ବେକାରଙ୍କ ଆତ୍ମହତ୍ୟା ଅଧିକ । ଚାକିରି ପାଇଁ ଦିନକୁ ୩୫ ଜଣ ବାଧ୍ୟ ହେଉଛନ୍ତି ମରିବାକୁ Kanak News ଏନସିଆରବି ରିପୋର୍ଟରେ ଆସିଲା ସାଂଘାତିକ ତଥ୍ୟ । ଦେଶରେ କୃଷକଙ୍କ ତୁଳନାରେ ବେକାରଙ୍କ ଆତ୍ମହତ୍ୟା ଅଧିକ । ଚାକିରି ପାଇଁ ଦିନକୁ ୩୫ ଜଣ ବାଧ୍ୟ ହେଉଛନ୍ତି ମରିବାକୁ Kanak News Reviewed by SUBHENDU BARAL on January 18, 2020 Rating: 5

No comments:

Powered by Blogger.