ସାନଖେମୁଣ୍ଡି ୨୧।୧: ହାତୀ ନେଲା ପୁଣି ଜଣଙ୍କର ଜୀବନ । ଖଳା ମୁଣ୍ଡରେ ଧାନକୁ ଜଗି ବସିଥିବା ବେଳେ ଦଳି ଦେଲା ହାତୀ । ଘଟଣାସ୍ଥଳରେ ଦିଗପହଣ୍ଡି ବନବିଭାଗ ପହଂଚି ଶବକୁ ଉଦ୍ଧାର କରିଛନ୍ତି । ମୃତକ ହେଲେ ଦିଗପହଣ୍ଡିର ଆଲୁ ଲାଛେୟା ।
ସୂଚନାଯୋଗ୍ୟ ଯେ, ଦିଗପହଣ୍ଡି ଗ୍ରାମ୍ୟ ସ୍ବାସ୍ଥ୍ୟ ତାଲିମ କେନ୍ଦ୍ର ପଛ ପଟେ ଥିବା ଧାନ ଖଳା ଜଗିଥିବା ବେଳେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଦିଗପହଣ୍ଡି ସାନାଦାଣ୍ଡ ସାହିର ଆଲୁ ଲାଚ୍ଛେୟା । ମଙ୍ଗଳବାର ଭୋର ପ୍ରାୟ ୩ଟାରେ ଘଟଣା ଘଟିଛି।
ଦିଗପହଣ୍ଡି – ନିମ ପଲ୍ଲୀ କେନାଲ ରାସ୍ତା କଡ଼ରେ ଥିବା ସୁରେଶ ପଶୁପାଳକଙ୍କ ଧାନ ଖଳାରେ ଅମଳ ଧାନକୁ ଜଗିବା ପାଇଁ ଚାଷୀ ଲାଛେୟା ଏବଂ ନୂଆ ସାହିର କେ. ଅରକ୍ଷିତ ପାତ୍ର ଯାଇଥିଲେ। ସେ ଦୁହେଁ ଧାନ ଖଳାରେ ଶୋଇଥିଲେ। ଶବ୍ଦ ଶୁଣି ଉଭୟେ ନିଦରୁ ଉଠିଥିଲେ। ଖଳା ଭିତରକୁ ଷଣ୍ଢ ଆସି ଅମଳ ଧାନ ଖାଉଥିବା ଆଶଙ୍କା କରି ଟର୍ଚ ଲାଇଟ୍ ଓ କଣ୍ଟି ବାଡି ଧରି ଘଉଡ଼ାଇବାକୁ ଯାଇ ହାତୀ ହାବୁଡ଼ରେ ପଡ଼ି ଥିଲେ। କାଛେୟାଙ୍କୁ ହାତୀ ଶୁଣ୍ଢରେ ଟେକି ଛେଚି ଦେବାରୁ ଘଟଣାସ୍ଥଳରେ ସେ ଅଚେତ୍ ହୋଇ ପଡ଼ିରହିଥିଲେ। ଖବରପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବରପାଇ ଦିଗପହଣ୍ଡି ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ, ବନବିଭାଗ ରେଞ୍ଜର ପ୍ରମୋଦ କୁମାର ଖଡଗ ରାୟ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସବିଶେଷ ରିପୋର୍ଟ ସଂଗ୍ରହ କରି ଫେରିଛନ୍ତି। ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସଦଳବଳେ ପହଞ୍ଚି ମୃତଦେହ ଜବତ କରିବାସହ ୟୁ . ଡି କେଶ ନଂ ୨/୨୦ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛନ୍ତି।
ଗତ ୪ ଦିନ ହେଲା ଚାଂଗୁଡି ଦେଇ ସଂରକ୍ଷିତ ଜଙ୍ଗଲରୁ ହାତୀ ଖାଦ୍ୟ ଅନ୍ୱେଷଣରେ ଆଖପାଖ ଜନବସତିକୁ ମାଡି ଆସୁଛନ୍ତି। ଶନିବାର ନନ୍ଦ ଗାଁରେ ହାତୀ ବହୁ ସଂଖ୍ୟକ ଚାଷୀଙ୍କ ଖଳାରେ ପଶି ଅମଳ ଧାନ ଖାଇ ଦେବା ସହ ଧାନ ନଷ୍ଟ କରିଥିବା ଅଭିଯୋଗ ହୋଇଥିଲା।
from Prameya News7 https://ift.tt/2G7S9vZ
No comments: