ସମ୍ବଲପୁର ୨୧।୧: ସମ୍ବଲପୁର ପରମାଣୁପୁର ଧନୁଯାତ୍ରାରେ ଅଘଟଣ । ଶୋଇଥିବା ବେଳେ ଫେରିବାଲାଙ୍କ ଉପରେ ମାଡିଗଲା ଟ୍ରକ୍ । ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି ।

ଧନୁଯାତ୍ରାରେ କିଣାବିକା ସାରି ରାସ୍ତା କଡରେ ଶୋଇଥିଲେ । ଘଟଣାସ୍ଥଳରେ ଟ୍ରକ୍ ଛାଡି ଡ୍ରାଇଭର ଫେରାର ହୋଇଛି । ଖବର ପାଇ ଘଟଣାସ୍ଥଳରେ ଶାସନ ଥାନା ପୋଲିସ ପହଞ୍ଚିଛି ।

ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
from Prameya News7 https://ift.tt/38wzDJT
ଶୋଇଥିବା ବେଳେ ଫେରିବାଲାଙ୍କ ଉପରେ ମାଡିଗଲା ଟ୍ରକ୍ : ୪ ମୃତ, ୫ ଗୁରୁତର
Reviewed by SUBHENDU BARAL
on
January 20, 2020
Rating:
No comments: