ଆଜି ଭାରତ ବନ୍ଦ : ଜାଣନ୍ତୁ କ’ଣ କ’ଣ ହେବ ପ୍ରଭାବିତ

ଭୁବନେଶ୍ବର ୮।୧: ଆଜି ଭାରତ ବନ୍ଦ। କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ପ୍ରତିବାଦରେ ଆଜି ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଦେଇଛି ବନ୍ଦ ଡାକରା। INTUC, AITUC, HMS, CITU, AIUTUC, TUCC, SEWA, AICCTU, LPF, UTUC ପରି ସଂଗଠନ ଦେଇଛନ୍ତି ବନ୍ଦ ଡାକରା।

ଓଡିଶାରେ ବନ୍ଦ ପାଳନକୁ ସମର୍ଥ କରିଛି କଂଗ୍ରେସ। ସିପିଆଇ, ସିପିଆଇଏମ୍ ସହ ସମାଜବାଦୀ ପାର୍ଟି, ଫରୱାର୍ଡ ବ୍ଲକ ମଧ୍ୟ ବନ୍ଦ ପାଳନକୁ ସମର୍ଥନ ଦେଇଛନ୍ତି । ବନ୍ଦ ପାଳନ ଯୋଗୁଁ ରେଳ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି। ସେହିପରି ବସ୍ ସେବା ମଧ୍ୟ ପ୍ରଭାବିତ ହୋଇପାରେ। ବନ୍ଦ ପାଳନରେ ରାଜ୍ୟ ଅଟୋ ଚାଳକ ମହାସଂଘ ସାମିଲ ହେବ ବୋଲି ଘୋଷଣା କରିଛି।

ରାଜ୍ୟର ସମସ୍ତ ବ୍ୟାଙ୍କ, ଆର୍ଥିକ ଅନୁଷ୍ଠାନ ଓ ବୀମା କମ୍ପାନୀ କାର୍ଯ୍ୟାଳୟ ଖୋଲିବନି । ରାଜ୍ୟବ୍ୟାପୀ ପେଟ୍ରୋଲ ପମ୍ପ୍ ବନ୍ଦ ରହିବ। ସତର୍କତାମୂଳକ ପଦକ୍ଷେପ ଅନୁଯାୟୀ ବିଭିନ୍ନ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ପରୀକ୍ଷା ବାତିଲ  କରିଦେଇଛନ୍ତି। ସରକାରୀ କର୍ମଚାରୀ  ଓ ଅଧିକାରୀମାନେ  ସକାଳ ସାଢେ ୯ଟା ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି।

ବନ୍ଦ ପାଳନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଉପୁଜିଲେ ମୁକାବିଲା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଭୁବନେଶ୍ବରରେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିଛନ୍ତି।  ସହରର ପ୍ରମୁଖ ଛକ, ବଜାର, ରେଳ ଷ୍ଟେସନ, ବସଷ୍ଟାଣ୍ଡ ଉପରେ କଡା ନଜର ରଖାଯାଇଛି।



from Prameya News7 https://ift.tt/2FtlQHh
ଆଜି ଭାରତ ବନ୍ଦ : ଜାଣନ୍ତୁ କ’ଣ କ’ଣ ହେବ ପ୍ରଭାବିତ ଆଜି ଭାରତ ବନ୍ଦ : ଜାଣନ୍ତୁ କ’ଣ କ’ଣ ହେବ ପ୍ରଭାବିତ Reviewed by SUBHENDU BARAL on January 07, 2020 Rating: 5

No comments:

Powered by Blogger.